କଟକ ଏସସିବିରେ ପିଲା ଚୋରି ଘଟଣା: ୨ ଗିରଫ, ଜଣେ ଅଟକ

Advertisment
ଏସ୍‌ସିବିରେ ହେବ ‘ଏଚ୍‌ଏଲ୍‌ଏ’ ମ୍ୟାଚିଂ ଲାବୋରେଟୋରି

Sambad

କଟକ: ବହୁଚର୍ଚ୍ଚିତ କଟକ ବଡ଼ଡ଼ାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପିଲା ଚୋରି ଘଟଣାରେ ଆଜି ସନ୍ଧ୍ୟାରେ କମିସନରରେଟ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଜଣେ ଅଟକ ଥିବା ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳାଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ଏହା ସହ ମହିଳାଜଣକ ଦାବି କରୁଥିବା ପୁତ୍ର ସନ୍ତାନ ଓ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି। ଘଟଣାର ପୁରା ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି ।

publive-imageଏଣେ ଏସସିବି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତଙ୍କ ସୂଚନା ଅନୁଯାୟୀ ଶିଶୁ କନ୍ୟା ଫେରିବା ପରେ ତାର ଚିକିତ୍ସା ଚାଲିଛି। ଶିଶୁଟି ସୁସ୍ଥ ଅଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବାଲିସାହିର ତୋଫାନ କୁମାର ଜେନାଙ୍କ ପତ୍ନୀ ତିଳୋତ୍ତମା ବିଶ୍ବାଳ ପ୍ରସବ ଯନ୍ତ୍ରଣାରେ ଅତିଷ୍ଠ ହୋଇପଡ଼ିବାରୁ ତାଙ୍କୁ ପୁରୀରୁ କଟକ ବଡ଼ଡାକ୍ତରଖାନାକୁ ଗଲା ୨୨ ତାରିଖରେ ଅଣା ଯାଇଥିଲା। କଟକରେ ସେ ଦିନ ପ୍ରାୟ ୧୦ଟା ୩୦ରେ ପହଞ୍ଚିବା ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୩ ନମ୍ବର ଵାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଦିନ ରାତି ପ୍ରାୟ ୧୦ଟା ବେଳେ ତାଙ୍କର ପ୍ରସବ ହୋଇଥିଲା। ଦୁଇଟି ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ତିଳୋତ୍ତମା। ସୋମବାର ଦିନ ତାଙ୍କୁ ଡିସ୍‌ଚାର୍ଜ କରିବାକୁ ଡାକ୍ତର କହିଥିଲେ। ସୋମବାର ଦିନ ପ୍ରାୟ ୧୦ଟା ବେଳେ ଡାକ୍ତର ରାଉଣ୍ଡରେ ଆସି ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ତାଙ୍କ ସାନ ଝିଅର ଜଣ୍ଡିସ୍ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅପରାହ୍ନ ପ୍ରାୟ ୩ଟା ବେଳେ ସାନ ଝିଅକୁ ସେହି ବିଭାଗର ଦ୍ବିତୀୟ ମହଲାରେ ଥିବା ଆଇସିୟୁରେ ତୋଫାନଙ୍କ ଭଉଣୀ ରାନୀ ଭର୍ତ୍ତି କରିଥିଲେ। ଏପଟେ ତିଳୋତ୍ତମାଙ୍କ ରକ୍ତ ଅଭାବ ଥିବାରୁ ତାଙ୍କୁ ରକ୍ତ ଦିଆଯାଇଥିଲା। ପାଖରେ ବଡ଼ ଝିଅ ଥିଲା। ସେପଟେ ସାନ ଝିଅ ଆଇସିୟୁରେ ଭର୍ତ୍ତି ହେବାର ପ୍ରାୟ ଅଧଘଣ୍ଟା ଅର୍ଥାତ ୩ଟା ୩୦ ବେଳେ ଆଇସିୟୁର ଦୁଇ ଜଣ ନର୍ସ ଛୁଆ ଚୋରି ହୋଇଥିବା ସମ୍ପର୍କରେ ତିଳୋତ୍ତମାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ। ଏହି ଘଟଣା ପ୍ରଘଟ ହୋଇଯିବା ପରେ ବଡ଼ ଡାକ୍ତରଖାନାରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ତୋଫାନ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe