ବରଗଡ଼ରେ ସୁନା ଠକେଇ; ୮କିଲୋ ନକଲି ସୁନା ଗୁଣ୍ଡ ସହ ୨ ଅଭିଯୁକ୍ତ ଗିରଫ

Advertisment
ବରଗଡ଼ରେ ସୁନା ଠକେଇ; ୮କିଲୋ ନକଲି ସୁନା ଗୁଣ୍ଡ ସହ ୨ ଅଭିଯୁକ୍ତ ଗିରଫ

ବରଗଡ଼: ଟାଉନ ଥାନା ପୁଲିସକୁ ମିଳିଛି ଏକ ବଡ ଧରଣର ସଫଳତା। ବରଗଡ଼ ପୌରପାଳିକାର ୧୮ ୱାର୍ଡ ନମ୍ବର (ବାନ୍ଦୁ ଟିକ୍ରା) ନିବାସୀ ପ୍ରତିମା ରାଣୀ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ଦୁଇଜଣ ନକଲି ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣା ପଡ଼ିଛି। ପୁଲିସ ଏମାନଙ୍କ ଠାରୁ ୮ କିଲୋ ନକଲି ସୁନା ଗୁଣ୍ଡ ସହ ୨ଟି ଏଟିଏମ୍ କାର୍ଡ, ତିନୋଟି ମୋବାଇଲ, ଗୋଟିଏ ଆର୍ଟିଗା ଗାଡି ଜବତ କରିଛି । ଅଭିଯୁକ୍ତମାନେ ୱେବସାଇଟରେ ନିଜର ମୋବାଇଲ ନମ୍ବର ଦେଇ ଏକ ବଡ ବ୍ୟବସାୟ ନାଁ ଦେଇ ଜାଲ ବିଛାଇ ଥିବା ବେଳେ ଏହି ମୋବାଇଲକୁ ଯୋଗାଯୋଗ କରି ଫସି ଯାଇଥିଲେ ପ୍ରତିମାରାଣୀ ପ୍ରଧାନ। ଅଭିଯୁକ୍ତମାନେ ତାଙ୍କୁ ସୁନା ବ୍ୟବସାୟ ପାଇଁ ଲାଇସେନ୍ସ ଯୋଗେଇ ଦେବା ସହ କଞ୍ଚାମାଲ ମଧ୍ୟ ଯୋଗେଇ ଦେବେ ବୋଲି କହିଥିଲେ। ଏଥିପାଇଁ ସେମାନେ କଞ୍ଚାମାଲ ପାଇଁ ୧୩,୫୦,୦୦୦ ଟଙ୍କା ଏବଂ ଲାଇସେନ୍ସ ପାଇଁ ୨୨ ହଜାର ଟଙ୍କା ନେଇଯାଇଥିଲେ । ପରେ ଅଭିଯୁକ୍ତ ମାନେ ନକଲି ସୁନା ଗୁଣ୍ଡ ଦେଇଥିବା ଜାଣିବା ପରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା ଏବଂ ପୁଲିସ ତତ୍ପରତା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ବିଶ୍ୱଜିତ ଖଣ୍ଡେଲକର ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe