ବନ ବିଭାଗର ଚଢ଼ଉ: ହସ୍ତିନାପୁର ଜଙ୍ଗଲରୁ ୨ ହାତୀ ଦାନ୍ତ ଜବତ, ୨ ଗିରଫ

Advertisment
ବନ ବିଭାଗର ଚଢ଼ଉ: ହସ୍ତିନାପୁର ଜଙ୍ଗଲରୁ ୨ ହାତୀ ଦାନ୍ତ ଜବତ, ୨ ଗିରଫ
ରାୟଗଡ଼ା: ପଦ୍ମପୁର ତହସିଲର ହସ୍ତିନାପୁର କାଜୁ ଜଙ୍ଗଲରେ ଚଢ଼ାଉ କରି ହାତୀ ଦାନ୍ତ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗୁଡାରି ଓ ରାମନଗୁଡା ବନ ବିଭାଗର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି। ଜବତ ଦୁଇ ହାତୀ ଦାନ୍ତର ଓଜନ ୬ କେଜିରୁ ଉର୍ଦ୍ଧ୍ବ ଥିବାବେଳେ ପ୍ରତ୍ୟେକର ଲମ୍ବା ୭୦ ସିଏମ ରହିଛି। ଗିରଫ ଅଭିଯୁକ୍ତ ହେଲେ ପଦ୍ମପୁର ବ୍ଲକ କିନ୍ଦ୍ରାଗୁଡା ଗ୍ରାମର ଜାକବ ମାଝି ଓ ଗୁଡାରି ବ୍ଲକ ଡେରିଗାଁର ପଦ୍ମନ କାଡ୍ରକା। ଉଭୟଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଛି। ଜବତ ହାତୀ ଦାନ୍ତ କେଉଁଠୁ ଆସିଲା ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ।
ଜବତ ହାତୀ ଦାନ୍ତ ରାଜ୍ୟ ବାହାରକୁ ଚାଲାଣ ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ। ଗୁଡାରି ଓ ରାମନଗୁଡା ବନ ବିଭାଗ ଅଧିକାରୀ ମିଳିତ ଭାବେ ପଦ୍ମପୁର ତହସିଲ ହସ୍ତିନାପୁର କାଜୁ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe