ପଦ୍ମକେଶରପୁରରେ ସୁଧ କାରବାର ଘଟଣା: ବନ୍ଧା ହେଲେ ୨ ଅଭିଯୁକ୍ତ

ସାଉଣ୍ଡ ମେସିନ ଚୋରି, ୩ ଗିରଫ

Image Courtesy of India Today

ଭୁବନେଶ୍ବର: କମିସନରେଟ ପୁଲିସ ଅଧିନ ‌ପଦ୍ମକେଶରପୁରରେ ସୁଧ କାରବାରକୁ ନେଇ ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୁବ୍ରତ ଦାସ ଏବଂ ତ୍ରିବେନ୍ଦ୍ର ଦାସ।

ସୂଚନା ଅନୁସାରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସ୍ପେଶାଲ ଟିମ ଗଠନ କରାଯାଇଥିଲା। ପୁଲିସ ୨ ଜଣଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରିଛି। ଗାଁରେ ହିଂସାକାଣ୍ଡ ନେଇ ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଲା ଯେ- ସୁଧ କାରବାର ଯୋଗୁଁ ଗାଁରେ ହିଂସା ଦେଖାଯାଇଛି। ସୁଧ କାରବାର କରୁଥିବା ମହିଳା ଓ ପୁରୁଷଙ୍କ ତାଲିକା ପ୍ରସ୍ତୁତ କରିଛି ।

ଅଭିଯୁକ୍ତମାନେ ମାସିକ ୨୦ ପ୍ରତିଶତ ସୁଦ୍ଧ ନେଇ ଲୋକଙ୍କୁ ଶୋଷଣ କରୁଥିଲେ। ମାସିକିଆ ସୁଦ୍ଧ ଆଦାୟ ବେଳେ, ଲୋକଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ। ଏମାନେ ଗାଁରେ ଝଗଡା ସୃଷ୍ଟି କରିବା ସହ, ହିଂସାକୁ ବଢ଼ାଉଥିଲେ। ଯେଉଁମାନେ ସୁଧ କାରବାର ନାଁରେ ଶୋଷଣ କରୁଥିବା ଲୋକଙ୍କୁ ଚିହ୍ନଟ ସାରିଛି
ଏମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରାପଡା, ମୟୁରଭଞ୍ଜରେ ପୁଲିସ ଚଢ଼ାଉ କରିଥିଲା।

ପୁଲିସ କହିଛି ମୋଟ ୪ ମାମଲା ରୁଜୁ ହୋଇଛି। ଏଥିରେ ଦାଦାବଟି ଆଦାୟ ପାଇଁ ୪ଟି ଏବଂ ମନି ଲଣ୍ଡିଙ୍ଗ ପାଇଁ ୨ଟି ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି। ଯେଉଁମାନେ ସମସ୍ୟା ଭିତରେ ଅଛନ୍ତି ପୁଲିସକୁ ଜଣାଇପାରିବେ। ଲୋକମାନକୁ ଥାନାକୁ ଆସି ରିପୋର୍ଟ କରିବାକୁ ଡିସିପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe