ସ୍କୁଲ ରୁମ ଭିତରେ ୧୦୪ ପେଟି ମଦ, ୨ ଜଣ ଗିରଫ

Advertisment
ସ୍କୁଲ ରୁମ ଭିତରେ ୧୦୪ ପେଟି ମଦ, ୨ ଜଣ ଗିରଫ

ରାଉରକେଲା: ରାଉରକେଲା ନିକଟ ବିଶ୍ରା ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ବିଦେଶୀ ମଦ। ତା ପୁଣି ଏକ ସ୍କୁଲ କୋଠରୀରୁ। ସ୍କୁଲ ଘରେ ଏହି ମଦ ବାହାର ରାଜ୍ୟରୁ ଆଣି ଗଛିତ ରଖାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ବନ୍ଦ ଅବସ୍ଥାରେ ଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଥିବାର ଖବର ପାଇଥିଲେ ରାଉରକେଲା ଅବକାରୀ ବିଭାଗ। ଚଢ଼ାଉ ବେଳେ ସ୍କୁଲ ମାଲିକ ସୁରେନ୍ଦ୍ର ବଡାଇକ ଓ ନକଲି ମଦ ବ୍ୟବସାୟୀ ପୱନ କୁମାର ମିତ୍ତଳଙ୍କୁ ଗିରଫ କରାଯାଇଛି।

publive-image

ସ୍କୁଲ ରୁମ ମଧ୍ୟରୁ ୧୦୪ ପେଟି ମଦ ସମେତ ବହୁ ନାମିଦାମୀ କମ୍ପାନିର ଲେବୁଲ, ଠିପି ଖାଲି ବୋତଲ ଆଦି ଜବତ କରାଯାଇଛି। ସମୁଦାୟ ୧୨୪୮ ବୋତଲ ମଦ ଜବତ ହୋଇଛି। ମଦ ପରିବହନର ବ୍ୟବହୃତ ଗୋଟିଏ କାର ମଧ୍ୟ ଜବତ କରାଯାଇଛି। ବାହାର ରାଜ୍ୟରୁ ନକଲି ମଦ ଆଣି ସ୍କୁଲ ଘରେ ବଟଲିଂ କରାଯାଉଥିଲା। ପରେ ରାଉରକେଲା ସହରର ବିଭିନ୍ନ ଢ଼ାବା ଓ ହୋଟେଲକୁ ଚାଲାଣ କରା ଯାଉଥିବା ଦୁଇ ଅଭିଯୁକ୍ତ ସ୍ୱୀକାର କରିଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ମାମଲା ରଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe