Shutterstock
ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ପିଏଚଡି ରାସ୍ତା ଚାରିଛକ ଠାରେ ଗୋଟିଏ ସାଇକେଲ ସହ ବାଇକ ମୁଁହାମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣକ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ରୁକୁଣି ଗାଁର ଅଶୋକ ମୁଦୁଲି ଏବଂ ଅନ୍ୟ ଜଣେ ଚିକଲାଖଣ୍ଡି ଗ୍ରାମର ବି. ପୁରୁଷୋତ୍ତମ ବୋଲି ଜଣାପଡ଼ିଛି।
ଆଜି ସନ୍ଧ୍ୟାରେ ଏକ ବାଇକ ଯୋଗେ ପୁରୁଷୋତ୍ତମ ଗ୍ରାମରୁ ସ. ଭେଙ୍କେଟିକୁ ଧରି ଚିକଲଖଣ୍ଡି ଗ୍ରାମରୁ ମାଧପୁର ଯାଉଥିବା ବେଳେ ଚାରିଛକ ଠାରେ ସାଇକେଲ ଚାଳକ ଅଶୋକଙ୍କ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍ ଓ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଭେଙ୍କେଟି ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ଛତ୍ରପୁର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Follow Us