ବୋଲେରୋ-ବୁଲେଟ୍‌ ଧକ୍କା, ୨ ମୃତ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଛତିକୁଡ଼ା ରାସ୍ତାରେ ରବିବାର ଏକ ବୋଲେରୋ ଓ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨ ବୁଲେଟ୍ ଅରୋହୀ କିଡିଙ୍ଗ ଗାଁର ଜଗତାନନ୍ଦ୍ ଶବର ଓ କପିଳାସ ରାଉତଙ୍କ ମୃତ୍ୟୁ ଘଟିଛି।

ସୂଚନା ଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ କିଡିଙ୍ଗ ଗାଁର ଜଗତାନନ୍ଦ ଓ କପିଳାସ ଏକ ବୁଲେଟ୍‌ (ଓଡି ୦୮ ଭି ୬୬୮୯)ରେ ଭବାନୀପାଟଣାରୁ ନିଜ ଘରକୁ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ (ଓଆର୍‌ ୦୨ ବିଡବ୍ଲୁ ୧୨୯୯) ସହ ଛତିକୁଡ଼ା ନିକଟରେ ଧକ୍କା ହୋଇଥିଲା। ଫଳରେ ୨ ବୁଲେଟ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ବୟଙ୍କ ଶବ ଜବତ କରାଯାଇଛି। ସୋମବାର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ସେହିପରି ଉଭୟ ଗାଡ଼ିକୁ ବି ପୁଲିସ ଜବତ କରି ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe