ଶ୍ରୀକ୍ଷେତ୍ର ଯିବା ବେ‌ଳେ ଅନିୟନ୍ତ୍ରିତ ହୋଇ ଡମ୍ପରକୁ ଶକ୍ତଧକ୍କା ଦେଲା ଦ୍ରୁତଗାମୀ କାର୍‌; ୨ ମୃତ

Advertisment
ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

ଭଦ୍ରକ: ଜଗାଦର୍ଶନ ନୋହିଲା। ଶ୍ରୀକ୍ଷେତ୍ର ଯିବା ସମୟରେ ଅନିୟନ୍ତ୍ରିତ ହୋଇ ଡମ୍ପରକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ କାର୍‌। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। ମୃତକମାନେ ହେଲେ ପଶ୍ଚିମବଙ୍ଗର ନାଗରିକ।

ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ୪ ଜଣ ଲୋକ ଏକ କାରରେ ପୁରୀ ଅଭିମୁଖେ ବାହାରିଥିଲେ। ସେମାନେ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ କରିଥାନ୍ତେ। ସମୁଦ୍ରରେ ଗାଧୋଇ ମଜା କରିଥାନ୍ତେ। କିନ୍ତୁ ତାଙ୍କର ଆଶା ଫଳବତୀ ହୋଇପାରି ନାହିଁ। ଅଧବାଟରେ ସେମାନେ ଦୁର୍ଘଟଣାର ସାମ୍ନା କରିଛନ୍ତି। ତାଙ୍କ କାରଟି ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଅନିୟନ୍ତ୍ରିତ ହୋଇ ଡମ୍ପର ପଛରେ ପିଟି ହୋଇଯାଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସ୍ଥାନୀୟ ଲୋକେ କାର୍‌ରେ ବସିଥିବା ୪ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଦୁଇ ଜଣଙ୍କ ମୃତ୍ୟୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe