ଜଗତସିଂହପୁର: ପାରାଦୀପରେ ଡାଇରିଆ ଜୀବନ ନେଉଛି। ପାରାଦୀପଗଡ଼ରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଦିନ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ପ୍ରଥମେ ଦ୍ବିଜ ରାଉତଙ୍କ ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ପୁତୁରା ବିପିନ ରାଉତଙ୍କ ଜୀବନ ଯାଇଛି । ସେପଟେ ଝିଅ ଶିଳ୍ପା ରାଉତ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୁଇ ଦୁଇଟି ମୁଣ୍ଡ ଗଡ଼ିବା ପରେ ମଧ୍ୟ ଏହି ପରିବାର ନିକଟରେ ପହଁଚି ପାରିନି ପ୍ରଶାସନ କିମ୍ବା ମେଡିକାଲ ଟିମ୍ । ଯାହାକୁ ନେଇ ଗାଁରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଗାଁରେ ଜଳ ନିଷ୍କାସନ ସମସ୍ୟା ଥିବାରୁ ରାସ୍ତାରେ ଡ୍ରେନ ପାଣି ଲହଡ଼ା ମାରୁଛି। ମଶା ବଂଶ ବୃଦ୍ଧି ପାଇବା ସହ ରୋଗ ବ୍ୟାପୁଥିବା କହିଛନ୍ତି ଲୋକେ । ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us