ଅଜଣା ରୋଗରେ ୨ ଯୁବକଙ୍କର ମୃତ୍ୟୁ; ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌

Advertisment
ଅଜଣା ରୋଗରେ ୨ ଯୁବକଙ୍କର ମୃତ୍ୟୁ; ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌

ରାୟଗଡ଼ା: ରାୟଗଡା ବ୍ଲକ ଅନ୍ତର୍ଗତ ଗାଜିଗାଁ ପଞ୍ଚାୟତର ବିଲେସୁ ଗ୍ରାମରେ ଅଜଣା ରୋଗର ଆତଙ୍କ। ଲୋକଙ୍କୁ ଜ୍ବର ହେବା ସହ ପେଟ ବ୍ୟଥା ଓ ବାନ୍ତି କରି ଗୁରୁତର ହୋଇ ମୃତ୍ୟୁବରଣ କରୁଥିବା ଜଣାପଡିଛି। ଖବର ପାଇ ମେଡିକାଲ ଟିମ ବିଲେସୁ ଗ୍ରାମରେ ପହଞ୍ଚିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ଦୁଇ ଦିନ ତଳେ ସାଧବ ରାଜବଂଶଙ୍କ ପୁଅକୁ ଜ୍ବର ହୋଇଥିଲା। ସେ ଗୁରୁତର ହେବାରୁ ତାଂକୁ ପ୍ରଥମେ ରାୟଗଡା ଓ ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ତାଂକର ସେଠାରେ ମୃତ୍ୟୁ ହୋଇଥିଲା।

ସେହିପରି ଜଗନ୍ନାଥ ରାଜବଂଶଙ୍କ ପୁଅ ରାମକୃଷ୍ଣଙ୍କର ମଧ୍ୟ ଜ୍ବର ହେବା ପରେ ଅଚାନକ ମୃତ୍ୟୁ ହୋଇଥିଲା। ରାମକୃଷ୍ଣଙ୍କର ବୟସ ୩୨ ବର୍ଷ ହୋଇଥିବା ବୋଲି ପରିବାର ଲୋକେ କହନ୍ତି। ଗାଁରେ ଏବେ କୋକୁଆ ଭୟ। ଏକାଧିକ ଲୋକେ ଏବେ ବି ଗାଁରେ ଜ୍ବରରେ ପଡିଛନ୍ତି। ଖବର ପାଇ ମେଡିକାଲ ଟିମ ଗାଁରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିବା ସହ ପାଣିର ନମୂନା ମଧ୍ୟ ସଂଗ୍ରହ କରୁଥିବା ଜଣାପଡିଛି। ରାୟଗଡା ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ ଲୋକେ ଡାକ୍ତରଖାନା ନଯାଇ ଡିସାରୀ ଗୁଣିଆ ଉପରେ ବିଶ୍ବାସ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଜ୍ବର ହେବା ମାତ୍ରେ ଡାକ୍ତରଖାନାକୁ ଗଲେ ହୁଏତ ରୋଗୀ ଭଲ ହୋଇପାରନ୍ତେ ବୋଲି ମେଡିକାଲ ଟିମ ପକ୍ଷରୁ କୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲମୋହନ ରଉତରାୟଙ୍କୁ ପଚାରିବାରୁ ମେଡିକାଲ ଟିମ ଆସିବା ପରେ ହିଁ ଗାଁରେ କେଉଁ ରୋଗ ବ୍ୟାପିଛି ଜଣାପଡିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe