ବାଇକ୍‌କୁ ଧକ୍କା ଦେଲା ବସ୍‌: ଚାଲିଗଲା ଦୁଇ ଯୁବକଙ୍କ ଜୀବନ

Advertisment
ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକ୍‌କୁ ଧକ୍କା ଦେଲା ବସ୍‌। ଏହାଫଳରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି। ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବସ୍‌ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ ଚଳାଇଛି।

ବାଇକରେ ଦୁଇଜଣ ଯୁବକ ଯାଉଥିବା ବେଳେ ଫୁଲବାଣୀରୁ ବଲାଙ୍ଗୀର ଯାଉଥିବା ବସ ଧକ୍କା ଦେବା ସହ ସେମାନଙ୍କ ଉପରେ ଚଢିଯାଇଥିବା ଜଣାପଡ଼ିଛି। ଏବେ ପୁଇଁତଲା ପୁଲିସ ବସଟିକୁ ତରଭା ଥାନାରେ ରଖିଥିବା ସହ ଅଧିକ ତଦନ୍ତ କରୁଛି। ତେବେ ଯୁବକଙ୍କ ବାଇକଟି ସମ୍ବଲପୁର ନମ୍ବର ଥିବା ୟାମାହା ଗାଡ଼ି ରହିଛି, ଯାହାର ନମ୍ବର ଓଡି ୧୫ ୱାଇ ୭୯୮୩।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe