କାମାକ୍ଷାନଗରରେ ଅଭାବନୀୟ ଘଟଣା: ପାଣିରେ ବୁଡ଼ି ଦୁଇଜଣଙ୍କ ପ୍ରାଣହାନି

Advertisment
କାମାକ୍ଷାନଗରରେ ଅଭାବନୀୟ ଘଟଣା: ପାଣିରେ ବୁଡ଼ି ଦୁଇଜଣଙ୍କ ପ୍ରାଣହାନି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି। ଶ୍ବଶୁର ଘର ଗାଁ ପୋଖରୀରେ ବୁଡ଼ି ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସେପଟେ କେନାଲରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁର ପ୍ରସାଦ ବିଶ୍ୱାଳ (୪୫)  ଓ ଆଦିତ୍ୟ ଜେନା ।

ପ୍ରସାଦ ବିଶ୍ୱାଳ ନିଜ ଶ୍ବଶୁର ଘର କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁକୁ ଯାଇଥିବା ବେଳେ ୪ ତାରିଖ ମଧ୍ୟାହ୍ନ ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସେ ସକଳେ ସୁଆମନାଳୀ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ତାଙ୍କୁ କାମାକ୍ଷାନଗର ଅଗ୍ନିଶମ ବାହିନୀ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ନିଆଯାଇଛି। ଏହାପରେ କାମାକ୍ଷାନଗର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିପରି ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନଂ କଲୋନୀର ଆଦିତ୍ୟ ଜେନା ଘର ପାଖ ଦଦରାଘାଟି ଶାଖା କେନାଲରେ ସକାଳେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe