ଗଛରେ ଝୁଲିପଡ଼ିଲେ ଯୁବକ ଓ ଯବତୀ: ମୃତଦେହ ଉଦ୍ଧାର

ମାନସିକ ଚିନ୍ତାରେ ଭାରସାମ୍ୟ ହରାଇ ନବରଂଗପୁର ଓ ଯାଜପୁର ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ଦୁଇ ଜଣ ଲୋକ ଜୀବନ ହାରିଛନ୍ତି। ସେମାନେ ହେଲେ ସୁଧୀର ଜାନି (୧୮) ଓ ଚିତାଲି ମଲ୍ଲିକ (୨୧)। 

Dead

ଡାବୁଗାଁ/ଚଣ୍ଡିଖୋଲ: ମାନସିକ ଚିନ୍ତାରେ ଭାରସାମ୍ୟ ହରାଇ ଭିନ୍ନଭିନ୍ନ ସ୍ଥାନରେ ଦୁଇ ଜଣ ଲୋକ ଜୀବନ ହାରିଛନ୍ତି। ସେମାନେ ହେଲେ ସୁଧୀର ଜାନି (୧୮) ଓ ଚିତାଲି ମଲ୍ଲିକ (୨୧)। 

ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚିଚିବାଇ ଗ୍ରାମ ନିକଟ ଏକ ଆମ୍ବ ଗଛରୁ ସୁଧୀରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁଣ୍ଡାପଦର ଗ୍ରାମର ସୁଧୀର ଜାନି ଗତ ତା ୧୭ ତାରିଖ ବୁଧବାର ଦିନ ସକାଳ ୮ ଘଣ୍ଟ ସମୟରେ ଶୌଚ ପାଇଁ ଯିବି କହି ଘରୁ ବାହାରିଥିଲେ। ତେବେ ଶୌଚ ପାଇଁ ଯାଇ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ସୁଧୀରଙ୍କୁ ନିଜ ସମ୍ପର୍କୀୟ ଓ ଆଖ ପାଖ ଗ୍ରାମରେ ବହୁ ଖୋଜା ଖୋଜି କରିଥିଲେ। ୧୯ ତାରିଖ ଶୁକ୍ରବାର ଦିନ ଦିନ ପ୍ରାୟ ସାଢେ଼ ୧୧ ଘଣ୍ଟ ସମୟ ରେ ସୁଧୀର ଜାନି ଡାବୁଗାଁ ଥାନା ଅନ୍ତର୍ଗତ ଚିଚିବାଇ ଗ୍ରାମ ପାଖ ନଦୀ ନିକଟ ଏକ ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଜୀବନ ହାରିଥିବା ଜଣାପଡ଼ିଥିଲା। ପରିବାର ଲୋକେ ଖବର ପାଇ ଚିଚିବାଇ ଗ୍ରାମକୁ ଯାଇ ଶବ ଚିହ୍ନଟ କରିବା ଆରେ ଆଜି ଅପରାହ୍ନରେ ମୃତ ସୁଧୀର ଜାନିଙ୍କ ବଡ଼ଭାଇ ବୁଦୁ ଜାନି ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏତଲାରେ ସୁଧୀର ଦୁଇ ଦିନ ହେଲା ନିଖୋଜ ସହ ମାନସିକ ବିକୃତ ଥିଲା ବୋଲି ଦର୍ଶାଯାଇଛି।  

ଅନ୍ୟ ଏକ ଘଟଣା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ଘଟିଛି। ବର୍ଷକ ତଳେ ବିବାହ କରିଥିବା ଜଣେ ମହିଳାଙ୍କର ମୃତଦେହ ଆଜି ତାଙ୍କ ଶାଶୁ ଘର ନିକଟସ୍ଥ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୋ ଝିଅକୁ ତାର ଶାଶୁ ଘର ଲୋକେ ହତ୍ୟା କରି ଗଛରେ ଝୁଲାଇ ଆତ୍ମହତ୍ୟା ରୂପ ଦେଉଛନ୍ତି ବୋଲି ମୃତା ମହିଳାଙ୍କ ବାପା ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।

ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗମୁ ଗ୍ରାମର ରମେଶ ଚନ୍ଦ୍ର ମଲ୍ଲିକଙ୍କ ଝିଅ ଚିତାଲି ମଲ୍ଲିକ ଗତ ବର୍ଷକ ପୂର୍ବରୁ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଲେଇ ଗ୍ରାମର ପିଣ୍ଟୁ ମଲ୍ଲିକଙ୍କୁ ବିବାହ କରିଥିଲେ। ଆଜି ସକାଳେ ଚିତାଲିଙ୍କ ମୃତଦେହ ଶାଶୁ ଘର ପାଖ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କୌଣସି କାରଣରୁ ଚିତାଲି ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ମୋ ଝିଅକୁ ତା'ର ଶାଶୁ, ସ୍ୱାମୀ, ଯାଆ ଓ ଦେଢଶୁର ମିଶି ହତ୍ୟା କରି ପରେ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟା ରୂପ ଦେଉଛନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ବିବାହ ପର ଠାରୁ ମୋ ଝିଅକୁ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥାନ୍ତି ବୋଲି ରମେଶ ମଲ୍ଲିକ ଅଭିଯୋଗ କରିଛନ୍ତି। ଖବର ପାଇ  ଥାନାଧିକାରୀ ସମରଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏସ ଆଇ ସମ୍ବିତ ବେହେରା ମାଜିଷ୍ଟ୍ରେଟଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ପୂର୍ବକ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଥାନା କେଶ ନମ୍ବର ୧୬/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। 

Nabarangpur | Jajpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe