କରଲାକାନି ହତ୍ୟାକାଣ୍ତ: ୨ ଅପରାଧୀଙ୍କୁ ଆଜୀବନ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ସୁନ୍ଦରଗଡ଼: ୨୦୧୪ରେ ରାଜଗାଙ୍ଗପୁର ଥାନା କରଲାକାନିରେ ସଂଘଟିତ ଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଘଟଣାର ଦୁଇ ଅଭିଯୁକ୍ତ ଦିଲୀପ ବାଗ ଓ ରାମଜୀ ବାଗଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ତ ଓ ୧ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟରେ କାରାବାସକୁ ଅଧିକ ୧ ମାସ ବୃଦ୍ଧି କରାଯିବାକୁ ଆଦେଶନାମାରେ ଉଲ୍ଲେଖ କରିଛନ୍ତି। ପୂର୍ବ ଶତ୍ରୁତାରୁ ୨୦୧୪ ଅପ୍ରେଲ ୨୪ ତାରିଖ ରାତିରେ କରଲାକାନିରେ ଦୁଇ ଅପରାଧୀ ଅଗଣାରେ ଶୋଇଥିବା ବିଶ୍ରାମ ନାଗଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ପରିବାର ଲୋକଙ୍କ ଏତଲାକ୍ରମେ ରାଜଗାଙ୍ଗପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଦିଲୀପ ଓ ରାମଜୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସର ତଦନ୍ତ ରିପୋର୍ଟ, ୧୩ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ବିଚାରପତି ଦଣ୍ଡାଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe