ହାତୀ ଆକ୍ରମଣରେ ୨ ମୃତ: ଜଗତପୁରରେ ପଶିଲେ ଗଜରାଜ

Advertisment
ହାତୀ ଆକ୍ରମଣରେ ୨ ମୃତ: ଜଗତପୁରରେ ପଶିଲେ ଗଜରାଜ

କଟକ: ଜଗତପୁରରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ନିମପୁରରେ ଜଣେ ବୃଦ୍ଧ ଓ ଆଉ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିବାର ସୂଚନା ମିଳିଛି। ଏହାପରେ  ଜଗତପୁରରେ ହାତୀ ପଶିଯାଇଥିବାର ସୂଚନା ରହିଛି। ତେଣେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖାଯାଇଛି। ଉକ୍ତ ହାତୀଟି  ନଦୀ ପାଣିରେ ଭାସିଆସିଥିବା ସନ୍ଦେହ କରାଯାଉଛି।

ଏବେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଅପରେସନ ଚାଲିଛି। ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା ପାଇଁ ସତର୍କ କରାଇଛି ବନ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe