ଚୋର ସନ୍ଦେହରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ କରିବା ଘଟଣା: ୨ ଗିରଫ

Advertisment
ଚୋର ସନ୍ଦେହରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ କରିବା ଘଟଣା: ୨ ଗିରଫ

ଚନ୍ଦାହାଣ୍ଡି: ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିବା ସହ ଉଲଗ୍ନ କରିଯାଇଥିବା ଘଟଣାରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ପୁଲିସ ମାମଲା ଦଶ ଜଣ ବ୍ୟକ୍ତି ଖିରଚନ୍ଦ୍ର ନାୟକ, ସିରାଜ ବେଶ୍ରା, ଭୁବନେ ତ୍ରିପାଠୀ, ବୁଧେଶ୍ବର ବେଶ୍ରା, କ୍ଷେଦ ରାଜ ବେଶ୍ରା, ବନବାସୀ ନାୟକ, କପିଳ ରଣା, ଦିବ୍ୟ ରଞ୍ଜନ ତ୍ରିପାଠୀ, ମୋହନ ନାୟକ ଓ ଉଗ୍ରେସନ ପଟେଲଙ୍କ ନାମରେ ରୁଜୁ କରିଛି। ଏସସି-ଏସଟି ଆଟ୍ରୋସିଟି ମାମଲା ରୁଜୁ ହୋଇଥିବା ବେଳେ ଆଜି କପିଳ ରଣା ଏବଂ ଦିବ୍ୟ ରଞ୍ଜନ ତ୍ରିପାଠୀଙ୍କୁ ପୁଲିସ ଉମରକୋଟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତକୁ ପ୍ରେରଣ କରିଥିବା ଜଣାପଡିଛି।

ପ୍ରକାଶ ଥାଉକି ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧିନସ୍ଥ ପୁରଲା ଡୁରକିଗୁଡା ଗ୍ରାମର ବୃନ୍ଦାବନ ସାନ୍ତା ନାମକ ଜୈନେକ ଯୁବକ ଗତ ରବିବାର ଦିନ ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗ୍ରାମର ନିଜ ସାଙ୍ଗକୁ ଦେଖାକରିବାକୁ ଯାଇଥିବା ବେଳେ ତାଙ୍କ ବାଇକ୍‌ର ପେଟ୍ରୋଲ ସରିଯିବାରୁ ମୋତିଗାଁ ନିକଟରେ ବିଶ୍ରାମ ନେଇଥିଲେ। ମୋତି ଗାଁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ସେଠାରେ ତମେ କିଏ ବୋଲି ପଚାରିବାରୁ ସେ କିଛି କହିନଥିବାରୁ ଚୋର ବୋଲି ସନ୍ଦେହ କରି ମାଡ ମାରିବା ସହ ତାର ହାତକୁ ପଛପଟୁ ବାନ୍ଧି ଦେବା ସହ ଉଲଗ୍ନ କରି ମୋବାଇଲରେ ଭିଡିଓ କରିଥିଲେ । ଏହାପରେ ଚନ୍ଦାହାଣ୍ଡି ପୁଲିସ ଖବର ପାଇ ତାକୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ।

ସୋସିଆଲ ମିଡିଆରେ ଖବର ପ୍ରଚାର ହେବାପରେ ତାଙ୍କ ବାପା ବୈଦ ସାନ୍ତା ଚନ୍ଦାହାଣ୍ଡି ଡାକ୍ତରଖାନାରେ ପହଞ୍ଚି ପୁଅର ଅବସ୍ଥା ଦେଖି ଚନ୍ଦାହାଣ୍ଡି ଥାନାରେ ଗତ ରବିବାର ରାତିରେ ଏତଲା ଦେଇଥିଲେ। ତେବେ ଏହି ମାମଲାର ତଦନ୍ତ ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ କରୁଥିବା ଜଣାପଡିଛି । ତେବେ ଏଭଳି ଘଟଣା କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଆଇନ କୁ ହାତ କୁ ନେବା ଉଚିତ ନୁହେଁ ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଥିବା ଚନ୍ଦାହାଣ୍ଡି ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe