ଜାଲିଆତି କରି ବୀମା ଟଙ୍କା ହଡ଼ପ: ଦୁଇ ପୁଲିସ୍‌ ଅଧିକାରୀ ନିଲମ୍ବିତ

Advertisment
୨୬ ଡିଏସ୍‌ପି ଏବ˚ ୭ ଆରଆଇଙ୍କ ବଦଳି

ଢେଙ୍କାନାଳ: ଖାକି ପୋଷାକରେ ଲାଗିଛି ଦାଗ। ଦୁର୍ଘଟଣା ମାମଲାରେ ଜାଲିଆତି କରି ବୀମା ଅର୍ଥ ହାତେଇବା ଘଟଣାରେ ସ˚ପୃକ୍ତ ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସି˚ହ ଭୋଳ ନିଲମ୍ବନ କରିଛନ୍ତି। ସେମାନେ ହେଲେ ବାଲିମୀ ଥାନା ଏସ୍‌ଆଇ ପ୍ରଶାନ୍ତ ଲେଙ୍କା ଏବ˚ ମହାବିରୋଡ ଫାଣ୍ତି ଏଏସ୍‌ଆଇ ରମେଶଚନ୍ଦ୍ର ସ୍ବାଇଁ। ଏହି ଦୁଇ ଅଧିକାରୀ ବୀମା ଟଙ୍କା ହଡ଼ପରେ ସ˚ପୃକ୍ତ ଥିବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, କାମାକ୍ଷନଗର, ପର୍ଜଙ୍ଗ ଓ କଙ୍କଡାହାଡ଼ ଥାନା ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜାଲିଆତି କରାଯାଇଥିବା ପର୍ଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଟଙ୍କା ହଡ଼ପ ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଏବ˚ ସ୍ଥାନକୁ ବଦଳାଇ ଦିଆଯାଇଥିଲା। ଫିଟ୍‌ନେସ୍‌ ଥିବା ଅନ୍ୟ ଗାଡ଼ି ଦେଖାଇ କାଗଜପତ୍ର ଜାଲିଆତି କରାଯାଇଥିଲା। ଏଥିରେ ଗାଡ଼ିମାଲିକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିଲା। ଏ ସ˚ପର୍କରେ ପର୍ଜଙ୍ଗ ଥାନାରେ ୨ଟି ଅଭିଯୋଗ ହେବାରୁ ଡିଆଇଜି ଶ୍ରୀ ଭୋଳ କ୍ରାଇମ୍‌ବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ। କ୍ରାଇମ୍‌ ବ୍ରାଞ୍ଚ ତଦନ୍ତରୁ ପୁଲିସ ଅଧିକାରୀଙ୍କ ଏହି କାରସାଦି ପଦାକୁ ଆସିଥିଲା। ଜିଲ୍ଲାର ବିଭିନ୍ନ ଥାନା, ଫାଣ୍ତିରେ ଥିବା ଏଭଳି ମାମଲାର ତଦନ୍ତ କରାଗଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe