ତାତିରେ ଲୋକଙ୍କ ମନ ଜିଣିଲେ ଦୁଇ ପୁଲିସ

ତାତିରେ ଲୋକଙ୍କ ମନ ଜିଣିଲେ ଦୁଇ ପୁଲିସ

ରାଉରକେଲା: ମୁଣ୍ଡଫଟା ତାତିରେ ପଥଚାରୀ ଓ ଗାଡି ଚାଳକଙ୍କ ମନ ଜିଣିଲେ ଓଡ଼ିଶା ପୁଲିସ। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ବେଦବ୍ୟାସ ଟିସିଆଇ ଛକରେ। ରାସ୍ତା ଉପରେ ପଡିଥିବା ମେଟାଲଗୁଡ଼ିକ ସଫା ଦୁହେଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥବଲେ। ୪୨ ଡିଗ୍ରୀ ତାତିରେ ଛକରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ବରେ ଥିବା ଟ୍ରାଫିକ୍‌ କନେଷ୍ଟବଳ ଦୁର୍ଗା ଭୈସାଲ ଓ ତାଙ୍କ ସହଯୋଗୀ ଗୃହରକ୍ଷୀ ଅଭୟ ସାହୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ପଡ଼ିଥିବା ମେଟାଲଗୁଡ଼ିକୁ ରାସ୍ତାରୁ ଉଠାଇ ସଫା କରିଥିଲେ।

ଅସହ୍ୟ ତାତିରେ ଏଭଳି କାମ ପାଇଁ ଦୁଇ ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଦୋକାନୀ ଓ ପଥଚାରୀମାନେ ପ୍ରଶଂସା କରିବା ସହ ତାଳିମାରି ସ୍ବାଗତ କରିଥିଲେ। ଘଟଣାଥିଲା ଏମିତି, ବିଜୁ ଏକ୍ସପ୍ରେସ୍‌ୱେରେ ମେଟାଲ ପରିବହନ କରୁଥିବା ଟ୍ରକ ଚାଳକଙ୍କ ଖାମଖିଆଲି ମନୋଭାବରୁ ରାସ୍ତା ଉପରେ ମେଟାଲଗୁଡ଼ିକୁ ଏଣେତେଣେ ‌ହୋଇପଡ଼ିଥିଲା। ପଥଚାରୀ ଓ ଗାଡିଚାଳକଙ୍କୁ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା। ଟିସିଆଇ ଛକରେ ଡ୍ୟୁଟି କରୁଥିବା ଦୁଇ ପୁଲିସ କର୍ମଚାରୀ ଅସହ୍ୟ ତାତିକୁ ଖାତିର ନ କରି ଏଭଳି କାମ କରିବାକୁ ବାହାରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe