ପୂର୍ବ ଭାରତରେ ଏସ୍‌ସିବି ପ୍ରଥମ: ୨ଟି ପୋଷ୍ଟ ଡକ୍ଟରାଲ ଡିଏନ୍‌ବି ସିଟ୍‌କୁ ସ୍ୱୀକୃତି

Advertisment
କଟକ ବଡ଼ଡାକ୍ତରଖାନା ରଚିଲା ନୂଆ ଇତିହାସ: ଏକ୍‌ମୋ ସହାୟତାରେ ବାହାର କରାଗଲା ଟ୍ୟୁମର୍‌

odishabytes.com

କଟକ : ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗର ପୋଷ୍ଟ ଡକ୍ଟରାଲ ଡିଏନବି ପାଠ୍ୟକ୍ରମ ପାଇଁ ୨ଟି ସିଟ୍‌କୁ ସ୍ବୀକୃତି ମିଳିଛି। ଫଳରେ ପ୍ରତି ବର୍ଷ ଦୁଇ ଜଣ ଡାକ୍ତରୀ ଛାତ୍ର ପୋଷ୍ଟ-ଡକ୍ଟରାଲ୍ ତାଲିମ୍ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ (ଏନବିଇ) ଦ୍ୱାରା ଯୋଗ୍ୟ ବିବେଚିତ ହେବେ। ଚଳିତ ବର୍ଷ ନଭେମ୍ବର ମାସର ୧୩ ଏବଂ ୧୪ ତାରିଖରେ ନିଟ୍‌-ଏସ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ଭେଷଜ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନେ ଆଗାମୀ ବର୍ଷରୁ ରୁମାଟୋଲୋଜି ତାଲିମ୍ ପାଇଁ ସୁଯୋଗ ପାଇବେ। ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ରୁମାଟୋଲୋଜିରେ ତାଲିମ୍ ପ୍ରଦାନ ପାଇଁ ଅନୁମୋଦନ ପାଇବାରେ ପୂର୍ବଭାତର ପ୍ରଥମ ସରକାରୀ ମେଡିକାଲ କଲେଜ ଭାବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ସଫଳତା ମିଳିଛି।

ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗ ଏକ ବ୍ୟସ୍ତବହୁଳ ସୁପର ସ୍ପେସିଆଲିଟି ବିଭାଗ। ପ୍ରତ୍ୟେକ ବର୍ଷ ହାରାହାରି ପଚାଶ ହଜାରରୁ ଅଧିକ ବର୍ହିବିଭାଗ ରୋଗୀ ଏବଂ ଦୁଇ ହଜାରରୁ ଅଧିକ ରୋଗୀ ୱାର୍ଡରେ ରହି ଚିକିତ୍ସିତ ହୋଇଥାନ୍ତି। ପ୍ରଫେସର ଡାକ୍ତର ବିଦ୍ୟୁତ କୁମାର ଦାସ ୨୦୦୬ ମସିହାରେ ଭେଷଜ ବିଭାଗର ଏକ ୟୁନିଟ ଭାବେ କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜିକୁ ଆରମ୍ଭ କରିଥିଲେ। ପ୍ରଫେସର ଦାସଙ୍କର ନିରନ୍ତର ତଥା ଆନ୍ତରିକ ପ୍ରଚେଷ୍ଟା ଦ୍ୱାରା ୨୦୧୧ ମସିହାରେ ଓଡିଶା ସରକାର ଏହି କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସହକାରୀ ପ୍ରଫେସର ଡାକ୍ତର ସୌମ୍ୟରଞ୍ଜନ ତ୍ରିପାଠୀ ୨୦୧୭ ମସିହାରେ, ସହକାରୀ ସର୍ଜନ ଡାକ୍ତର ମନୋଜ କୁମାର ପରିଡା ୨୦୧୯ ମସିହାରେ ଏବଂ ସହକାରୀ ପ୍ରଫେସର ଡାକ୍ତର ସରିତ୍ ଶେଖର ପଟ୍ଟନାୟକ ୨୦୨୦ ମସିହାରେ ବିଭାଗରେ ଯୋଗ ଦେଇଛନ୍ତି। ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ଏବଂ ପ୍ରିନସିପାଲ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମାର୍ଗଦର୍ଶନରେ ଏହି ବିଭାଗ ଅନେକ ବାଟ ଆଗେଇ ଆସି ପାରିଛି। ଏହି ସଫଳତାକୁ ନେଇ ବିଭାଗର ପ୍ରଫେସର ଡାକ୍ତର ବିଦ୍ୟୁତ୍‌ ଦାସ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe