ଡାକ୍ତର ପତ୍ନୀଙ୍କ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ ଘଟଣା: ୨ ଲୁଟେରା ଗିରଫ, ଚୋରି ସାମଗ୍ରୀ ଜବତ

Advertisment
ଡାକ୍ତର ପତ୍ନୀଙ୍କ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ ଘଟଣା: ୨ ଲୁଟେରା ଗିରଫ, ଚୋରି ସାମଗ୍ରୀ ଜବତ

ଧର୍ମଶାଳା : ଧର୍ମଶାଳା ଥାନା ଅଞ୍ଚଳରେ ଚୋରି ଓ ରାହାଜାନି କରୁଥିବା ଅଭିଯୋଗରେ ପୁଲିସ୍‌ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୂର୍ବକୋଟ ଗ୍ରାମର ଆହୁଲା ଚନ୍ଦନ ରାଓ(୨୦) ଓ ଦେବ ରାଓ(୧୯)। ସେମାନେ କୋରେଇ ଥାନା ମୁଣ୍ତମାଳ ଗାଁରେ ରହୁଥିଲେ। ସେମାନଙ୍କ ନିକଟରୁ ଚୋରା ମୋବାଇଲ, ୨୯ହଜାର ଟଙ୍କା ଓ ଏକ ବାଇକ୍‌ ଜବତ ହୋଇଛି। ଥାନା କେସ୍‌ ନମ୍ବର-୩୮୫/୨୧, ଫା-୩୭୯ରେ ଗିରଫ କରାଯାଇ ଉଭୟଙ୍କୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

publive-image

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦର ଡାକ୍ତର ଦେବେନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ଲିପା ଗତ ୨୦ତାରିଖ ଦିନ ୧.୪୫ ରେ ଜାରକା ଗୋପବନ୍ଧୁ ଛକରେ ଥିବା ଏକ ମନୋହରି ଦୋକାନକୁ କିଛି ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଏହି ସମୟରେ ଦୋକାନ ଆଗରେ ରହିଥିବା ତାଙ୍କ କାର୍‌ (ଓଆର‌୍‌୦୨ଏଏସ୍‌-୮୬୨୩)ରୁ ଲିପାଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଦୁହେଁ ନେଇଯାଇଥିଲେ। ଭ୍ୟାନିଟି ସହିତ ସେଥିରେ ଥିବା ମୋବାଇଲ୍‌ ଓ ୩୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଦେଖି ଏହି ଦମ୍ପତି ଜାରକା ଫାଣ୍ଡିରେ ଅଭିଯୋଗ କରିଥିଲେ।

publive-image

ଫାଣ୍ଡି ଅଧିକାରୀ ରାଜକିଶୋର ନାୟକ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନଗୁଡ଼ିକରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। କୌଣସି ସୂତ୍ରରୁ ଖବରପାଇ ଧର୍ମଶାଳା ଥାନା ପୁଲିସ୍‌ ଉଭୟଙ୍କୁ ସେମାନେ ରହୁଥିବା ଘରୁ ଉଠାଇ ନେଇଥିଲା। ଦୁହିଁଙ୍କ ନାଁରେ ଧର୍ମଶାଳା ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe