ଚଣ୍ତିଖୋଲ/ବଡ଼ଚଣା : ବଡ଼ଚଣା ବ୍ଲକ୍ ତଥା ଦର୍ପଣ ତହସିଲ ଅନ୍ତର୍ଗତ ଖଇରା ପଞ୍ଚାୟତ ଡଗରପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଏହି ଗ୍ରାମର ନରୋତ୍ତମ ମଲିକଙ୍କର ଦୁଇ ବଖରା ଘର ପୋଡ଼ିଯାଇଛି। ଘରେ ନିଆଁ ଲାଗିଯିବା ଦେଖି ନରୋତ୍ତମ ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଗାଁ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ପରେ ଚଣ୍ତିଖୋଲରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ନିଆଁ ଲାଗି ଦୁଇ ବଖରା ଜଳିିଗଲା
Advertisment
Follow Us