ଏସ୍‌ବିଆଇ ବିଏମ୍‌ କରୋନା ଆକ୍ରାନ୍ତ : ପାରଳାଖେମୁଣ୍ଡିରେ ୨ ଶାଖା ସିଲ୍‌

Advertisment
ଏସ୍‌ବିଆଇ ବିଏମ୍‌ କରୋନା ଆକ୍ରାନ୍ତ : ପାରଳାଖେମୁଣ୍ଡିରେ ୨ ଶାଖା ସିଲ୍‌

www.indiatoday.in

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟଶାଖା ପରିଚାଳକ ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଶାଖା କାର୍ଯ୍ୟାଳୟ ଓ ପାରଳାଖେମୁଣ୍ଡି ବଜାର ଅଞ୍ଚଳରେ ଥିବା ଅନ୍ୟ ଏକ ଶାଖାକୁ ସିଲ୍‌ କରି ଦିଆ ଯାଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।

ଏସ୍‌ବିଆଇ ମୁଖ୍ୟ ଶାଖା ପରିଚାଳକ କିଛିଦିନ ପୂର୍ବରୁ ଅସୁସ୍ଥ ହେବା ପରେ ଭୁବନେଶ୍ୱରରେ ରହିଥିଲେ। ଭୁବନେଶ୍ୱରରେ ରହିବା ସମୟରେ ତାଙ୍କ ସ୍ବାବ୍‌ ପରୀକ୍ଷା ହୋଇଥିଲା। ରିପୋର୍ଟ ହସ୍ତଗତ ପରେ ସେ ପଜିଟିଭ୍‌ ଥିବା‌ ଜଣାପଡ଼ିଥିଲା। କରୋନା ଆକ୍ରାନ୍ତ ହୋଇଥିବା ଏସବିଆଇ ମ୍ୟାନେଜର ପାରଳାଖେମୁଣ୍ଡିର ଉଭୟ ଶାଖା ପରିଦର୍ଶନ କରୁଥିଲେ। ତେଣୁ ଏହି ବ୍ୟାଙ୍କରେ ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଉଭୟ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି। ଦୁଇ ବ୍ୟାଙ୍କ ଶାଖାକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି। ଏଥିସହିତ ଉଭୟ ଶାଖାର ସମସ୍ତ କର୍ମଚାରୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯିବା ପାଇଁ ସ୍ୱାବ ସଂଗ୍ରହ କରି ପଠାଯାଇଛି। ଏହି ଘଟଣା ସହରରେ ଭୟର ବାତାବରଣ ସୃଷ୍ଟି କରିଛି । ସହରବାସୀ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ୍‌ ପରିଧାନ ଉପରେ ଗୁରୁତ୍ବାରୋପ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe