ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ସାମୁଦ୍ରିକ ମାଛଧରା ବନ୍ଦର ପ୍ରସଙ୍ଗ : ସ୍ଥିତି ପରଖିଲେ ପୁନେର ୨ ବୈଜ୍ଞାନିକ 

Advertisment
ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ସାମୁଦ୍ରିକ ମାଛଧରା ବନ୍ଦର ପ୍ରସଙ୍ଗ : ସ୍ଥିତି ପରଖିଲେ ପୁନେର ୨ ବୈଜ୍ଞାନିକ 
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ଠାରେ ସମୁଦ୍ର ଭିତ୍ତିକ ମାଛଧରା ବନ୍ଦର (ଫିସିଂ ହାର୍ବର) ପ୍ରତିଷ୍ଠା ପ୍ରସ୍ତାବ ରହିଛି। ଏହାର ଡିପିଆର୍‌ ପ୍ରସ୍ତୁତି ଚାଲିଛି। ମଡ଼େଲ ଷ୍ଟଡ଼ି ପୁନେ ସ୍ଥିତ ସେଣ୍ଟ୍ରାଲ ଓ୍ବାଟର୍‌ ପାଓ୍ବାର୍ ରିସର୍ଚ୍ଚ ଷ୍ଟେସନ୍ (ସିଡବ୍ଲୁପିଆରଏସ୍‌) ସଂସ୍ଥା କରୁଛି। ଉକ୍ତ ସଂସ୍ଥାର ଦୁଇ ଜଣିଆ ବୈଜ୍ଞାନିକ ଟିମ୍‌ରେ ଡ. ଜେ.ଡି. ଅଗ୍ରଓ୍ବାଲା ଓ ଜେ.ସିହ୍ନା ଆର୍ଯ୍ୟପଲ୍ଲୀ ଆସି ବନ୍ଦର ହେବାକୁ ଅଞ୍ଚଳର ପରିବେଶ, ମୃତ୍ତିକା ଓ ଜଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ମାଟି ଏବଂ ଜଳର ନମୁନା ସଂଗ୍ରହ କରି ଫେରିଛନ୍ତି। ବୈଜ୍ଞାନିକ ଦ୍ବୟଙ୍କ ଅନୁଧ୍ୟାନ ବେଳେ ମତ୍ସ୍ୟ ବିଭାଗ ଅଧିକାରୀ ଆଲୋକ ରଞ୍ଜନ ପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ବିଭୂତି ଭୂଷଣ ଜେନା, ଜିଲ୍ଲା ମତ୍ସ୍ୟକର୍ମୀ ୟୁନିୟନ୍‌ର ସଭାପତି ବି.ସିମାଦ୍ରୀ, ବି.ଭୀମ, ଗ୍ରାମ୍ୟ କମିଟି ସଭାପତି ଏନ୍.ନାନେୟା, ଏସ୍‌.ରାଜା ରାଓ, ବି.ଶଙ୍କର, ବି.ଗାଡେୟାଙ୍କ ସମେତ ଅନ୍ୟନ୍ୟ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ। ଅନୁଧ୍ୟାନ ପରେ କଟକ ସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଆର୍ଯ୍ୟପଲ୍ଲୀ ମୌଜାର ସାନ ଆର୍ଯ୍ୟପଲ୍ଲୀ ଓ ବଡ଼ ଆର୍ଯ୍ୟପଲ୍ଲୀ ଠାରେ ୨୩.୯୮ ଏକର ପରିମିତ ଜମିରେ ଏହି ବନ୍ଦର ପ୍ରତିଷ୍ଠା ଲାଗି ଜାଗା ଚିହ୍ନଟ ହୋଇଛି। ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ଏହି ସମୁଦ୍ର ଭିତ୍ତିକ ମାଛଧରା ବନ୍ଦର ନିର୍ମାଣ ହେବା ପ୍ରସ୍ତାବ ରହିଛି।  ବେଙ୍ଗାଲୁରୁର ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କୋଷ୍ଟାଲ୍ ଇଞ୍ଜିନିୟରିଂ ଅଫ୍ ଫିସେରୀ ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରୁଛି। ଡିପିଆର୍ ପ୍ରସ୍ତୁତ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଠାରୁ ପରିବେଶ ମଞ୍ଜୁରି ଲୋଡ଼ାଯିବ। ଅନୁମତି ମିଳିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe