Advertisment

ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା, ଶିଶୁପୁତ୍ର ସହ ପୂର୍ବତନ ସରପଞ୍ଚ ଗୁରୁତର

Advertisment
ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା, ଶିଶୁପୁତ୍ର ସହ ପୂର୍ବତନ ସରପଞ୍ଚ ଗୁରୁତର

ପଣ୍ଡିଗାଁ/କଲମପୁର: କଲମପୁର-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର କଲମପୁର ଇଲେକ୍ଟ୍ରି ଅଫିସ୍‌ ନିକଟରେ ଦୁଇଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପଣ୍ଡିଗାଁ ପୂର୍ବତନ ସରପଞ୍ଚ ବନଜା ବାସିନୀ ମହାପାତ୍ର ଓ ତାଙ୍କ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ଶ୍ରୀମତୀ ମହାପାତ୍ର ଶିଶୁପୁତ୍ର ରୋସନକୁ ଧରି କଲମପୁର ଗ୍ରିନ ଭେଲି ସ୍କୁଲରୁ ଘରକୁ ଫେରୁଥିଲେ।

ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଅନ୍ୟ ଏକ ସ୍କୁଟି ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ପୁଅ ସହ ଗୁରୁତର ହୋଇଥିଲେ। ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ ଏବଂ ତାଙ୍କ ସ୍ୱାମୀ ନରସିଂହ ମାଝୀ, ବନ୍ଧକନା ପୂର୍ବତନ ସରପଞ୍ଚ ମଧୁଛନ୍ଦା ଭଞ୍ଜ ପ୍ରମୁଖ ତାଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe