ହରିପୁର, ସୁନାପୁର ବେଳାଭୂମି ବିକାଶରେ ଖର୍ଚ୍ଚ ହେବ ୨.୫୨କୋଟି

Advertisment

ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୬ଲକ୍ଷ ମଞ୍ଜୁର, ‘ବ୍ଲୁ ଫ୍ଲାଗ୍‌’ ବିଚ୍‌ ଦୌଡ଼ରେ ୨ ବେଳାଭୂମି

ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୬ଲକ୍ଷ ମଞ୍ଜୁର, ‘ବ୍ଲୁ ଫ୍ଲାଗ୍‌’ ବିଚ୍‌ ଦୌଡ଼ରେ ୨ ବେଳାଭୂମି

ହରିପୁର, ସୁନାପୁର ବେଳାଭୂମି ବିକାଶରେ ଖର୍ଚ୍ଚ ହେବ ୨.୫୨କୋଟି
ବ୍ରହ୍ମପୁର/ଛତ୍ରପୁର: ରାଜ୍ୟର ସ୍ବର୍ଣ୍ଣାଭ ବେଳାଭୂମି ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍‌’  ବିଚ୍‌ର ମାନ୍ୟତା ମିଳିଛି। ରାଜ୍ୟର ଏକମାତ୍ର ବେଳାଭୂମି ଭାବେ ଏହି ମାନ୍ୟତା ପାଇଛି। ଗୋପାଳପୁର ନିକଟ ହରିପୁର ଏବଂ ଚିକିଟ ବ୍ଲକର ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ଢାଞ୍ଚାରେ ବିକାଶ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ପ୍ରସ୍ତାବ କେନ୍ଦ୍ରରେ ବିଚାରାଧୀନ ରହିଥିବା ବେଳେ ରାଜ୍ୟ ସରକାର ଏକ ପାଦ ଆଗକୁ ଯାଇଛନ୍ତି। ହରିପୁର ଓ ସୁନାପୁର ବେଳାଭୂମିର ବିକାଶ ଲାଗି ପଦକ୍ଷେପ ନେଇଛନ୍ତି। ଏଥିଲାଗି ୨କୋଟି ୫୨ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି। ହରିପୁର ଲାଗି ୧ କୋଟି ୧୬ ଲକ୍ଷ ଏବଂ ସୁନାପୁର ପାଇଁ ୧ କୋଟି ୩୬ ଲକ୍ଷ ଟଙ୍କାର ଅଟ୍ଟକଳ ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇ ବେଳାଭୂମି ଲାଗି ୧କୋଟି ୨୬ଲକ୍ଷ ମଞ୍ଜୁର ହୋଇଛି। ହରିପୁର ଲାଗି ୫୮ ଲକ୍ଷ ଏବଂ ସୁନାପୁର ପାଇଁ ୬୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଅନୁଦାନ ମିଳିବା ପରେ କାମ ଆରମ୍ଭ ହେବ। ‘ବ୍ଲୁ ଫ୍ଲାଗ୍‌’ ବିଚ୍‌ ଢାଞ୍ଚାରେ ଏହି ବିକାଶ କରାଯିବ ବୋଲି ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍ କୁମାର ନାୟକ କହିଛନ୍ତି।
publive-image
ପ୍ରକାଶ ଥାଉ କି, ହରିପୁର ଓ ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ବିଚ୍‌ ଢାଞ୍ଚାରେ ବିକାଶ କରାଯିବାର ଯୋଜନା ରହିଛି। ଏଥିଲାଗି ଗତ ଅକ୍ଟୋବର ମାସ ରାଜ୍ୟ ସରକାରଙ୍କ ସମନ୍ବିତ ଉପକୂଳ ବିକାଶ ପରିଚାଳନା ପ୍ରକଳ୍ପର ଏକ ପ୍ରତିନିଧି ଦଳ ଗଞ୍ଜାମ ଆସି ଏହି ବେଳାଭୂମି ଦ୍ବୟ ଅନୁଧ୍ୟାନ କରିଥିଲେ।
publive-image
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe