Advertisment

ବଣ୍ଡାବ ଗୁଳିକାଣ୍ଡରେ ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟଣା: ବାରିପଦା କୋର୍ଟରେ ହାଜର ହେଲା ମାଓ ନେତା ଶମ୍ଭୁ

Advertisment
ବଣ୍ଡାବ ଗୁଳିକାଣ୍ଡରେ ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟଣା: ବାରିପଦା କୋର୍ଟରେ ହାଜର ହେଲା ମାଓ ନେତା ଶମ୍ଭୁ

ବାରିପଦା: ହତ୍ୟା ମାମଲାରେ ଅଭିଯୁକ୍ତ ମାଓ ନେତା ଶମ୍ଭୁ ମୁର୍ମୁ ଓରଫ୍ ବାଣେଶ୍ୱରଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗ ଦମ୍‌ଦମ୍‌ ଜିଲ୍ଲା ପୁଲିସ ବାରିପଦା କୋର୍ଟରେ ହାଜର କରାଇଛି। ୨୦୦୯ ମସିହା ଅକ୍ଟୋବର ୧୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବ ଗୁଳିକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଶମ୍ଭୁ। ବଣ୍ଡାବଠାରେ ଚାଲିଥିବା ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣ‌ାମେଣ୍ଟରେ ତତ୍କାଳୀନ ଜେଏମ୍‌ଏମ୍‌ ସଭାପତି ତଥା ବର୍ତ୍ତମାନର ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଅତିଥି ଭାବେ ଯୋଗ ଦେଇଥିଲେ। ଅପରାହ୍ନ ୫ଟାରେ ପୁରସ୍କାର ବିତରଣ ଉତ୍ସବ ଚାଲିଥିବା ବେଳେ ମାଓବାଦୀମାନେ ସେଠାରେ ଆଖିବୁଜା ଗୁଳିମାଡ଼ କରିଥିଲେ। ମାଓବାଦୀଙ୍କ ଗୁଳିମାଡ଼ରେ ସୁଦାମ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୨ ଜଣ ସୁରକ୍ଷା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ କିଛି ଲୋକ ଆହତ ହୋଇଥିଲେ।

ଏହି ଘଟଣାରେ ଶମ୍ଭୁଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଥିଲା। ମାମଲାର ବିଚାର କରି କୋର୍ଟ ତାଙ୍କୁ ୧୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଶମ୍ଭୁ ପଶ୍ଚିମବଙ୍ଗ ଜେଲ୍‌ରେ ରହି ସଜା ଭୋଗୁଥିବା ବେଳେ ନିକଟରେ ମୁକୁଳିଥିଲା। ଅନ୍ୟପକ୍ଷରେ ଗତ ୭ ତାରିଖରେ ବାରିପଦା ଏସ୍‌ଡିଜେଏମ୍ କୋର୍ଟ ଶମ୍ଭୁ ନାଁରେ ଗିରଫ ପରୱାନା ଜାରି କରିବା ସହ କୋର୍ଟରେ ହାଜର କରାଇବାକୁ ପଶ୍ଚିମବଙ୍ଗ ଦମଦମ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ମୁତାବକ ଆଜି ଶମ୍ଭୁଙ୍କୁ ବାରିପଦା କୋର୍ଟରେ କଡ଼ା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ବିଚାର ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଶମ୍ଭୁ ଜେଲ୍‌ରେ ରହିବେ ବୋଲି ଏସ୍‌ଡିଜେଏମ୍ ବିଶ୍ବକଳ୍ପିତା ମହାନ୍ତି ନିର୍ଦ୍ଦେଶ ଦେବା ପରେ ତାଙ୍କୁ ବାରିପଦା ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe