ଦୁଇ କନିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

Advertisment

ନିର୍ବାଚନ କମିସନଙ୍କ କଟକଣା ଯୋଗୁଁ ବଦଳି ସ୍ଥଗିତ

ନିର୍ବାଚନ କମିସନଙ୍କ କଟକଣା ଯୋଗୁଁ ବଦଳି ସ୍ଥଗିତ

ଦୁଇ କନିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ବର : ଦୁଇଜଣ କନିଷ୍ଠ ଓଏଏସ୍‌ ଅଧିକ‌ାରୀଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ରାୟଗଡ଼ା ଜିଲ୍ଲା ଉପ ଜିଲ୍ଲାପାଳ ପଦବିରେ କନିଷ୍ଠ ଓଏଏସ୍‌ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବବିତାରାଣୀ ଦଳବେହେରାଙ୍କୁ ବରିଷ୍ଠ ଶ୍ରେଣୀକୁ ପଦୋନ୍ନତି ମିଳିଛି। ସେହିପରି କଟକ ସଦର ବିଡିଓ ଦେବାଶିଷ ପଟ୍ଟନାୟକଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ହୋଇଥିଲେ ବି ଉଭୟ ନିଜ ନିଜ ପଦବିରେ ରହି କାର୍ଯ୍ୟ କରିବେ।

ନିର୍ବାଚନ କମିସନଙ୍କ କଟକଣା ଯୋଗୁଁ ବଦଳି ସ୍ଥଗିତ

ଭୁବନେଶ୍ବର : ନିର୍ବାଚନ କମିସନଙ୍କ କଟକଣା ଯୋଗୁଁ ୩ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳିକୁ ସ୍ଥଗିତ ରଖାଯାଇଛି। ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟକାନ୍ତ ଶତପଥୀଙ୍କୁ ରାୟଗଡ଼ା ଆରଆଇସି ଜିଏମ୍‌ ଭାବେ ବଦଳି ହୋଇଥିବା ବେଳେ ସୁନ୍ଦରଗଡ଼ ଉପ ଜିଲ୍ଲାପାଳ ବୀରସେନ୍‌ ପ୍ରଧାନଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ ଏବଂ ଝାରସୁଗୁଡ଼ା ଡିଆରଡିଏର ଏପଡି ଦୋଳମଣି ପ୍ରଧାନଙ୍କୁ ମାଲକାନଗରି ଏଡିଏମ୍‌ ଭାବେ ବଦଳି ଆଦେଶ ସ୍ଥଗିତ ହୋଇଛି। ଅନ୍ୟପକ୍ଷରେ ବିଜୁ ଏକ୍ସପ୍ରେସ୍‌ ୱେର ଏଲ୍‌ଏଓ ଦିଲ୍ଲୀପ କୁମାର ରାୟଙ୍କୁ ପୂର୍ତ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଏହି ସ୍ଥଗିତାଦେଶ ଓ ବଦଳି ଆଦେଶ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe