ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

Advertisment
ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

Telegraph India

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳିକାଟୁ ଥାନା ଅଧୀନ ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗ୍ରାମରେ ଆଜି ପୋଖରୀରେ ବୁଡ଼ି ଦୁଇ ଭଉଣୀ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ରୀନା ରାଉତଙ୍କ ଦୁଇଝିଅ ରୋଶ୍‌ନି (୧୦) ଓ ସନ୍ଧ୍ୟା (୭)। ସ୍ବାମୀଙ୍କଠୁ ବିବାହ ବିଚ୍ଛେଦ ପରେ ରୀନା ତାଙ୍କ ଦୁଇଝିଅଙ୍କୁ ବାପା ନାର୍ସୁ ପଲେଇଙ୍କ ଘର କୀର୍ତ୍ତିପୁର ଗ୍ରାମରେ ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଅଜାଙ୍କ ଘରେ ରହି ରୋଶ୍‌ନି ପଞ୍ଚମ ଓ ସନ୍ଧ୍ୟା ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲେ। ‌ଆଜି ରବିବାର ଥିବାରୁ ଦୁଇଭଉଣୀ ଅଜାଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ନାର୍ସୁ ପୋଖରୀହୁଡ଼ାରେ ଲୁଗା ସଫା କରୁଥିବା ବେଳ‌େ ଦୁଇ ଭଉଣୀ ହଠାତ୍ ବୁଡ଼ିଯାଇଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ହିଞ୍ଜିଳିକାଟୁ ପୁଲିସ ପହଞ୍ଚି ଉଭୟଙ୍କ ଶବକୁ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣା ପରେ କୀର୍ତ୍ତିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe