ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

Advertisment
ବୁଡ଼ିଗଲା ଡଙ୍ଗା: ଯୁବତୀ ମୃତ, ୩ ନିଖୋଜ

pratidintime.com

ନୂଆପଡ଼ା : ଖରାଛୁଟି କଟାଇବାକୁ ମାମୁ ଘରକୁ ଆସିଥିଲେ। ମାମୁ ଘର ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଧବାର ପାଣିରେ ବୁଡ଼ି ଦୁଇ ଭଇଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗାଁରେ। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ରାଜ୍ୟ ରାୟପୁରରେ ରହୁଥିବା ସୁନ୍ଦର ବଘେଲଙ୍କ ଦୁଇ ଝିଅ ଶୀତଳ ଏବଂ ତନସି ମାମୁ ଘର ଗାଁ ଖଡ଼ିଆଳ ବ୍ଲକ ନୂଆପଡ଼ାକୁ ଆସିଥିଲେ। ବୁଧବାର ସେଦୁହେଁ ଜେଜେ ମା’ଙ୍କ ସହ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପହଁରା ଶିଖି ନଥିବା ଦୁଇ ଭଉଣୀ ଗାଧୋଉଥିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିଲେ। ଗାଁ ଲୋକ ଖବର ପାଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଦ୍ବୟକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe