କରୋନା କାଳ: ବାପାଙ୍କୁ କାନ୍ଧ ଦେଇ ପାରିଲେନି ଦୁଇ ପୁଅ

Advertisment
ଚନ୍ଦାହାଣ୍ଡି : ବିଦ୍ୟୁତ ବିଭାଗର  ଖାମଖିଆଲି ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ

Loksatta

ଗରଦପୁର: ପାଖରେ ଥାଇ ବି ଦୁଇ ପୁଅ ବାପାଙ୍କୁ କାନ୍ଧ ଦେଇ ପାରିଲେ ନାହିଁ। ଜୁଇରେ କାଠ ଖଣ୍ତେ ବି ପକେଇ ପାରିଲେ ନାହିଁ। କରୋନା ମହାମାରୀ ବ‌େଳେ ପାରିବାରିକ ସମ୍ପର୍କର ଏଭଳି ଅସହାୟ ରୂପ ଦେଖିବାକୁ ମିଳିଛି ଗରଦପୁର ବ୍ଲକ ତେଣ୍ତାକୁଡ଼ା ପଞ୍ଚାୟତ ସାନନୟନପୁର ଗ୍ରାମରେ।

ସୂଚନା ଅନୁସାରେ, ସାନନୟନପୁର ଗାଁର ରଘୁନାଥ ଦଳେଇ କିଛି ମାସ ହେଲା ଅସୁସ୍ଥ ଥିଲେ। ଗତକାଲି ସେ ଆଖି ବୁଜିଥିଲେ। ରଘୁନାଥଙ୍କର ୩ ପୁଅ। ବଡ଼ ପୁଅ ପ୍ରକାଶ ଗାଁରେ ରହୁଥିବା ବେଳେ ମଝିଆ ଆକାଶ ଓ ସାନ ପୁଅ ବିକାଶ ଚେନ୍ନାଇରେ ରହି କାମ କରୁଥିଲେ। କରୋନାଜନିତ ଲକ୍‌ଡାଉନ୍‌ ପରେ ଦୁଇ ଭାଇ ଚେନ୍ନାଇରୁ ଫେରି ଆସିଛନ୍ତି। ସେମାନଙ୍କୁ ନଇନ୍ଦିପୁର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଗତକାଲି ରଘୁନାଥଙ୍କ ମୃତ୍ୟୁ ପରେ ତେଣ୍ତାକୁଡ଼ା ସରପଞ୍ଚ ମଳୟାବାସିନୀ ମହାନ୍ତି ଗରଦପୁର ବିଡିଓ ର˚ଜିତ କୁମାର ମଲିକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ବିଡିଓ ଶ୍ରୀ ମଲିକ ନଇନ୍ଦିପୁର ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଗରଦପୁର ସରପଞ୍ଚ ସୁକାନ୍ତି ମୁଦୁଲିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଦୁଇ ଭାଇଙ୍କୁ ସର୍ତ୍ତମୂଳକ ଭାବେ ଛାଡ଼ିଥିଲେ। ସର୍ତ୍ତ ଥିଲା ଯେ ସେମାନେ ଘରକୁ ଯିବେ ନାହିଁ। ଦୂରରୁ ବାପାଙ୍କ ମୃତଦେହ ଦେଖିବେ। ପରେ ତୁରନ୍ତ ପୁଣି ସଙ୍ଗରୋଧ କେନ୍ଦ୍ରକୁ ଫେରି ଆସିବେ। ଏହି ସର୍ତ୍ତରେ ଦୁଇ ଭାଇ ରାଜି ହୋଇଥିଲେ। ସଙ୍ଗରୋଧ କେନ୍ଦ୍ରରୁ ବାଇକ୍‌ରେ ସିଧା ଶ୍ମଶାନରେ ପହଞ୍ଚି ଥିଲେ। ସେମାନେ ସେଠାରେ ପହଞ୍ଚି ଦୂରରୁ ବାପାଙ୍କ ଅନ୍ତିମ ଦର୍ଶନ କରିବା ପରେ ଜୁଇରେ ନିଆଁ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe