୭ ଦିନରେ କାର୍ଯ୍ୟକ୍ଷମ ୨ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

Advertisment

କିମ୍ସରେ ୫୦୦ ଓ ଅଶ୍ବିନୀରେ ୧୫୦ ଶଯ୍ୟା କରୋନା ପାଇଁ ପ୍ରସ୍ତୁତ

କିମ୍ସରେ ୫୦୦ ଓ ଅଶ୍ବିନୀରେ ୧୫୦ ଶଯ୍ୟା କରୋନା ପାଇଁ ପ୍ରସ୍ତୁତ

୭ ଦିନରେ କାର୍ଯ୍ୟକ୍ଷମ ୨ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶା ଖଣି ନିଗମ ଦେଇଛି ସହାୟତା, ଚିକିତ୍ସା, ଖାଇବା ସବୁ ମାଗଣା
ତିନି ଦିନ ମଧ୍ୟରେ ୫୦୦ ଶଯ୍ୟାର ତୃତୀୟ ହସ୍ପିଟାଲ ବି କାମରେ ଲାଗିବ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ବେଳେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ପରାମର୍ଶ ଦେଇଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଦେଶର ସର୍ବବୃହତ୍ କୋଭିଡ୍ ହସ୍ପିଟାଲ ଓଡ଼ିଶାରେ କରିଥିବା ଦାବି କରିଛନ୍ତି। ଆଜି କଟକ ଓ ଭୁବନେଶ୍ବର ଟ୍ବିନ୍ ସିିଟିରେ ଦୁଇଟି ମେଡିକାଲ କାର୍ଯ୍ୟକ୍ଷମ େହାଇଛି, ଯାହା ୬୫୦ ଜଣ େରାଗୀଙ୍କୁ ସେବା ଯୋଗାଇ େଦବାକୁ ସକ୍ଷମ। ଓଡ଼ିଶା ଖଣି ନିଗମ ସହାୟତାରେ କିମ୍ସରେ ୫୦୦ ଶଯ୍ୟା ବିଶିଷ୍ଟ ଓ କଟକ ଅଶ୍ବିନୀରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଆଜି ଉତ୍ସର୍ଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ପ୍ରଶଂସା କରିଥିଲେ। ସେହିଭଳି ମାତ୍ର ସାତଦିନ ଭିତରେ ଉଭୟ ହସ୍ପିଟାଲ କରାଯାଇଥିବାରୁ ସଂପୃକ୍ତ କର୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା କରାଯାଇପାରିବ। ସାମାଜିକ ଦୂରତ୍ୱ ଏବଂ ଲକ୍ ଡାଉନ୍ ଗାଇଡଲାଇନ୍ ପାଳନ କଲେ ଆମେ କରୋନା ଯୁଦ୍ଧକୁ ଜିତିପାରିବା ବୋଲି ସେ ଦୋହରାଇଥିଲେ।

ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି ଯେ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ରହିବା, ଖାଇବା ଓ ଚିକିତ୍ସା ଖର୍ଚ୍ଚ ମାଗଣା। ଏହା ସରକାର ବହନ କରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଏମସିଏଲ୍ ସହାୟତାରେ ସମ୍ ନିକଟରେ ଯେଉଁ ସ୍ବତନ୍ତ୍ର େକାଭିଡ୍ ମେଡିକାଲ ହେବ, ତାହା ଆସନ୍ତା ତିନି ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

ଉଲ୍ଲେଖଯୋଗ୍ୟ ଯେ କିମ୍ସ ଓ ସମ୍ ରେ ୫୦୦ ଲେଖାଏଁ ବିଶିଷ୍ଟ ଓଡ଼ିଶା କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ମାର୍ଚ୍ଚ ୨୬ ତାରିଖରେ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଉଭୟଙ୍କୁ ୧୫ ଦିନର କଣ୍ଟ ଦିଆଯାଇଥିଲା। ସେହିଭଳି କଟକର ଅଶ୍ୱିନୀ ହସ୍ପିଟାଲରେ ଓଡ଼ିଶା କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ରାଜ୍ୟ ସରକାର କଥାବାର୍ତ୍ତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe