ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

Advertisment
ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

କଟକ : ନିଖୋଜ ଦୁଇ ସ୍କୁଲ ଛାତ୍ରଙ୍କ ଶବ ୩ ଦିନ ପରେ ଭୁଆଶୁଣି ପଠାରୁ ଉଦ୍ଧାର କରାଯାଇଛି। ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ଗୋଡ଼ ଖସିଯିବାରୁ ଏ ପ୍ରକାର ଅଘଟଣ ଘଟିଛି। ମୃତକ ହେଉଛନ୍ତି ବିଡାନାସୀ ପୁଲିସ ହାଇସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା ଏବ˚ ଦେଉଳସାହି ଅରବିନ୍ଦ ଶିକ୍ଷା କେନ୍ଦ୍ରର ଷଷ୍ଠ ଶ୍ରେଣୀ ଛାତ୍ର ମାନସ ନାୟକ।

ବିଡାନାସୀ କୃଷକ ବଜାର ଅଞ୍ଚଳର ରମେଶ ବେହେରାଙ୍କ ୮ ବର୍ଷୀୟ ପୁଅ ଦେବାଶିଷ ଏବ˚ ମେଘନାଦ ନାୟକଙ୍କ ୧୨ ବର୍ଷୀୟ ପୁଅ ମାନସ ଗୋଟିଏ ସାଇକେଲ୍‌ରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ଘରୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳିଲା ନଥିଲା। ଉଭୟ ସିଡିଏ ସେକ୍ଟର ୬ ନମ୍ବର ଵିଣ୍ତସର ପ୍ୟାଲେସ୍‌ ରାସ୍ତାରେ ସନ୍ଧ୍ୟା ୫ଟା ବେଳେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଗତକାଲି ବିଡାନାସୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଥିବା ବେଳେ ଆଜି ଉଭୟଙ୍କ ଶବ ଭୁଆଶୁଣି ପଠାରୁ ସକାଳ ପ୍ରାୟ ୯ଟା ବେଳେ ଜବତ କରିଥିଲା। କୂଳରେ ତାଙ୍କ ସାଇକେଲ୍‌ ଏବ˚ ପ୍ୟାଣ୍ଟ, ସାର୍ଟ ଓ ଚପଲ ଥିଲା। ପାଣିରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe