ବୈତରଣୀରେ ବୁଡ଼ି ଦୁଇ ଛାତ୍ର ମୃତ

Advertisment
ବୈତରଣୀରେ ବୁଡ଼ି ଦୁଇ ଛାତ୍ର ମୃତ

Free Press Journal

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧୀନ ବୈତରଣୀ ନଦୀର ପଞ୍ଚୁପଲ୍ଲୀ ଘାଟରେ ଆଜି ସନ୍ଧ୍ୟାରେ ବୁଡ଼ିଯିବାରୁ ଦୁଇଜଣ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍‌ଣ ୫ଟାରେ ଦୁହେଁ ନଦୀକୁ ଗାଧୋଇବାକୁ ଯାଇଥିଲେ। ରାତି ହେବା ପରେ ବି ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ବୈତରଣୀ ନଦୀକୂଳରେ ଦୁହିଁଙ୍କ ମୃତଦେହ ଲାଗିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ।

ଖବର ପାଇ ପରିବାର ଲୋକେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିଥିଲେ। ମୃତ ଦୁଇ ଛାତ୍ର ହେଲେ ସଂଜୟ ପଟ୍ଟନାୟକଙ୍କ ପୁଅ ରାଜେନ୍ଦ୍ର ପଟ୍ଟନାୟକ (୧୫) ଓ ବାବୁ ଜେନାଙ୍କ ଭଣଜା ରୁଦ୍ରପ୍ରସାଦ ଜେନା (୧୫)। ଦୁହେଁ ପଞ୍ଚୁପଲ୍ଲୀ ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ରୁଦ୍ରପ୍ରସାଦ ମାମୁଘରେ ରହି ଏଠାରେ ପଢ଼ୁଥିଲେ। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe