ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର: ମୃତ୍ୟୁ ପୂର୍ବରୁ ନେଇଥିଲେ ସେଲ୍‌ଫି

Advertisment
ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର: ମୃତ୍ୟୁ ପୂର୍ବରୁ ନେଇଥିଲେ ସେଲ୍‌ଫି

କୁଜଙ୍ଗ: ମାତ୍ର ୩ ଦିନର ବ୍ୟବଧାନରେ ମହାନଦୀରେ ଆଉ ଦୁଇ ଜଣ ଛାତ୍ରଙ୍କ ଜୀବନ ଯାଇଛି। କଟକରେ ମହାନଦୀରେ ବୁଡ଼ିଯାଇ ଏକା ସାଙ୍ଗରେ ୩ ଜଣ ଛାତ୍ରଙ୍କ ଜୀବନ ଯାଇଥିବାବେଳେ ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅଗପାଳ ପଞ୍ଚାୟତ ପଥୁରିଆ ଗ୍ରାମର ୨ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଦୁଇ ଜଣ ସାଙ୍ଗ ହେଲେ ରମେଶଚନ୍ଦ୍ର ସାହୁଙ୍କ ପୁଅ ରାଜୀବ ଲୋଚନ ସାହୁ (୧୯ ) ଓ ଦିବାକର ସାହୁଙ୍କ ପୁଅ ଅଭିଜିତ ସାହୁ (୧୮)। ମିଳିଥିବା ଖବର ମୁତାବକ, ଦିନ ପ୍ରାୟ ୧୧ଟାରେ ରାଜୀବ ଓ ଅଭିଜିତ୍‌ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପୂର୍ବରୁ ଦୁହେଁ ସେଲ୍‌ଫି ନେଇଥିଲେ। ଗାଧୋଉଥିବା ବେଳେ ରାଜୀବଙ୍କ ପାଦ ଖସି ଯିବାରୁ ସେ ଗଭୀର ପାଣିକୁ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦିବାକର ମଧ୍ୟ ଗଭୀର ପାଣିକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ସେ ଦୁହିଁଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସୂଚନା ପାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ ଘଟଣାସ୍ଥଳରେ ପହଞ୍ଚି ୨ ଯୁବକଙ୍କୁ କୁଜଙ୍ଗ ସିଏଚ୍‌ସିରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଦୁହିଁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜୀବ ରାହାମା କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ଅଭିଜିତ ତିର୍ତ୍ତୋଲ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe