ନିର୍ବାଚନ ଅବହେଳା ପାଇଁ ଦୁଇ ନିଲମ୍ବିତ

Advertisment

ପଞ୍ଚାୟତ ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୧୪ ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି

ପଞ୍ଚାୟତ ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୧୪ ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି

ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

The New Indian Express

ଭୁବନେଶ୍ୱର/ପୁରୀ : ନିର୍ବାଚନ ଦାୟିତ୍ବରେ ଅବହେଳା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଦୁଇ ଜଣଙ୍କୁ ନିଲମ୍ବନ କରିଛନ୍ତି। ଦୁଇଜଣ ହେଲେ କଣାସ ବ୍ଲକ କଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ସେଖ ନ୍ୟାମତୁଲ୍ଲା ଏବଂ ଗୋପ ତହସିଲର ଆରଆଇ ଜଗନ୍ନାଥ ବିଶ୍ବାଳ। ନିଲମ୍ବନ ସମୟରେ ଶ୍ରୀ ନ୍ୟାମତୁଲ୍ଲାଙ୍କ ମୁଖ୍ୟ କାର୍ଯ୍ୟାଳୟ କଣାସ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଶ୍ରୀ ବିଶ୍ବାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ଗୋପ ତହସିଲ ରଖାଯାଇଛି। ବିନା ଅନୁମତିରେ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ନିମାପଡା ବିଡିଓଙ୍କ ସୁପାରିଶକୁ ଭିତ୍ତିକରି ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ନିଲମ୍ବନ କରାଯାଇଛି।

publive-image

ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୧୪ ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଛି । ଅନୁରୋଧ ପରେ ମଧ୍ୟ ସଂପୃକ୍ତ ମାଲିକ ମାନେ ଗାଡି ମୁତୟନ ନକରିବାରୁ ପୁରୀ ଜିଲ୍ଲାପାଳ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୬୭ ଏବଂ ଓଡିଶା ଓମିନ ବସ୍ ଆଇନ ୧୯୮୪ର ଧାରା ୯ ଅନୁଯାୟୀ ପରୱାନା ଯାରି କରିଛନ୍ତି । ଏହି ଗିରଫ ପରୱାନା କାର୍ଯ୍ୟକାରୀ କରିବାକୁ ପୁରୀ ଓ ଖୋର୍ଦ୍ଧାର ଆରକ୍ଷୀ ଅଧିକ୍ଷକ ଏବଂ ଡିସିପି, ଭୁବନେଶ୍ବରଙ୍କୁ ଅବଗତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe