ନୀଳଗିରି (ଦିଲ୍ଲୀପ ସ୍ବାଇଁ): ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁଜିୟୁପି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ମଳୟ ସିଂଙ୍କର ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ଜିଲ୍ଲା ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ ଅମାନବୀୟ କାମ କରିଥିବା ଦୁଇ ଜଣ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବିତ କରିଛି। ନିଲମ୍ବିତ ହୋଇଛନ୍ତି ପ୍ରଧାନଶିକ୍ଷକ ରଗୁନାଥ ବୁଗୁଡ଼ାଇ ଓ ସହକାରୀ ଶିକ୍ଷକ ଯତୀନ ପରିଡ଼ା। ବ୍ଲକ ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ଭୂୟା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ ଘଟଣାର ତଦନ୍ତ ଏବଂ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ଭୂୟାଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲା। ଏହି କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ଆଧାରରେ ପ୍ରଶସନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ
ସୂଚନାଯୋଗ୍ୟ, ବେଗୁନିଆ ୟୁଜିୟୁପି ବିଦ୍ୟାଳୟରେ ୪୦ସିଟ ଥାଇ ଏକ ହଷ୍ଟେଲରେ ଆଖପାଖ ଅଂଚଳର ପିଲା ପାଠପଢନ୍ତି। ଉକ୍ତ ହଷ୍ଟେଲରେ ନିକଟବର୍ତ୍ତୀ କମ୍ଭାରଖଲିଆ ଗ୍ରାମର ମଳୟ ସିଂ ନାମକ ଚତୁର୍ଥ ଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବା ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଉକ୍ତ ଘଟଣା ଜାଣି ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତକରି ଏଭଳି ନିନ୍ଦନୀୟ, ଜଘନ୍ୟ କାଣ୍ଡପାଇଁ ତତନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Eucalyptus Cultivation Govt Land: ଜଙ୍ଗଲ କାଟି ସରକାରୀ ଜମିରେ ନୀଳଗିରି (ୟୁକାଲିପଟାସ) ଚାଷ
ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ!
ତେବେ ଛାତ୍ର ଜଣକ ବାରମ୍ବାର ହଷ୍ଟେଲରୁ ଲୁଚି ଘରକୁ ପଳାଇ ଯାଉଥିବାରୁ ତାକୁ ବାନ୍ଧି ଦେଇଥିବା ହଷ୍ଟେଲ ଭାଇ ସମ୍ବୋଧନ କରୁଥିବା ବାଳକ ଜଣକ ଭିଡିଓରେ କହୁଥିବା ଜଣାଯାଇଛି। ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଥିବା ବେଳେ ଦୀର୍ଘ ୧୦ଦିନ ଧରି ଛାତ୍ରଜଣକୁ ବେଡ଼ି ପକାଇ ରଖିବା ମାନବୀୟ ଉଲ୍ଲଂଘନ ବୋଲି ବୁଦ୍ଧିଜୀବୀମାନେ କହୁଥିବା ବେଳେ ଛାତ୍ରର ବାପା ପିଲାର ଏପରି ଦୁଷ୍ଟାମି ପାଇଁ ବାନ୍ଧି ରଖିବାକୁ କହିଥିବା ହଷ୍ଟେଲ ଚାର୍ଜରେ ଥିବା ଶିକ୍ଷକ କହୁଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: Student: ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/05/suspend-2025-12-05-16-55-38.jpg)