ସିଆର୍‌ପିଏଫ୍ କମ୍ବିଂ ଅପରେସନ୍‌, ୨ ଟିଫିନ୍‌ ବୋମା ଜବତ

ସିଆର୍‌ପିଏଫ୍ କମ୍ବିଂ ଅପରେସନ୍‌, ୨ ଟିଫିନ୍‌ ବୋମା ଜବତ

ରାଉରକେଲା : ସିଆର୍‌ପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍‌ ବେଳେ ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ରକ୍ସି ସଂରକ୍ଷିତ ଜଙ୍ଗଲର ପୁରୁଣାପାଣିରୁ ୨ଟି ଟିଫିନ୍‌ ବୋମା ଉଦ୍ଧାର ହୋଇଛି। ରାଉରକେଲା ବୋମା ନିଷ୍କିୟକାରୀ ଦଳ ଜଙ୍ଗଲ ଭିତରେ ବୋମା ଦୁଇଟିକୁ ନିଷ୍କ୍ରିୟ କରିଛନ୍ତି। ବୋମା ସହିତ ଦୁଇଟି ଡିଟୋନେଟର୍‌ ଓ ବୁଷ୍ଟର୍‌ ମଧ୍ୟ ଜବତ ହୋଇଛି।

ସିଆର୍‌ପିଏଫ୍ ୧୯ ବାଟାଲିଅନ୍‌ର କମାଣ୍ଡାଣ୍ଟ୍‌ ନିର୍ଦେଶକ୍ରମେ ତାରାଚାନ୍ଦ ଭଟ୍ଟଙ୍କ ନେତୃତ୍ବରେ ସିଆର୍‌ପିଏଫ୍ ଯବାନମାନେ ଆଜି କମ୍ବିଂ ଅପରେସନ୍‌ କରୁଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍‌ରେ ପୁରୁଣାପାଣି ନିକଟରୁ ଦୁଇଟି ଟିଫିନ୍‌ ବୋମା ଉଦ୍ଧାର କରିଥିଲେ। ଗୋଟିଏ ବୋମାର ଓଜନ ୧୮ରୁ ୨୦ କିଲୋଗ୍ରାମ ଥିବା ବେଳେ ଅନ୍ୟଟି ୨ କିଲୋଗ୍ରାମ ଓଜନର। ଏହି ଦୁଇ ଲୁହା ଟିଫିନ୍‌ ବୋମା ଭିତରେ ତରଳ ବିସ୍ଫୋରକ ଥିଲା। ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଏହାକୁ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe