୨ ମୃତ କଲରାପତରିଆ ଜବତ ଘଟଣା: ବିଦ୍ୟୁତ୍‌ ଫାଶରେ ମରି‌ଥିଲେ ମା’, ଛୁଆ

ତିଗିରିଆରେ ବାଘ ଆତଙ୍କ: ମାରି ଖାଇଗଲା ବାଛୁରୀ

Tierpark Berlin

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ ଦୁଇ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌ କରିଛି ବନ ବିଭାଗ। ବନ୍ୟପ୍ରାଣୀ ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶ ଲାଗି ବାଘ ଦୁଇଟି ମରିଯାଇଥିଲେ। ଏଥିରେ ସଂପୃକ୍ତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଉ ପ୍ରାୟ ୮ ଜଣ ବ୍ୟକ୍ତି ଏହି ଘଟଣାରେ ସଂପୃକ୍ତ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।

publive-image

ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ୍‌ କୁଲାଙ୍ଗୀ ଗାଁଠାରୁ ମାତ୍ର ୪୦ ମିଟର ଦୂରରେ ଦୁଇଟି କଲରାପତରିଆ ବାଘର ଗଳିତ ଶବ ଗତ ୨୭ ତାରିଖରେ ବନ ବିଭାଗ ଠାବ କରିଥିଲା। ବାଘ ଦୁଇଟି ୧୦ ଦିନ ପୂର୍ବରୁ ମରି ପୋକ ଲାଗିଯାଇଥିଲେ। ଦୁହେଁ ମାଆ ଓ ଛୁଆ ବୋଲି ଜଣାପଡ଼ିଥିଲା। ବାଘ ଶିକାର କରିଥିବା ସଂଦେହରେ ବନ ବିଭାଗ କୁଲାଙ୍ଗୀ ଗ୍ରାମର ଦୁଇଯୁବକ ସୁଶୀଳ ଦେହୁରୀ ଓ ପ୍ରଶାନ୍ତ ଦେହୁରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏଥିରେ ସୁଶୀଳଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିବା ପରେ ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରଶାନ୍ତଙ୍କୁ ଛାଡ଼ି ଦିଆଯାଇଛି। କୁଲାଙ୍ଗୀ ଗାଁ ମୁଣ୍ଡରେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ୍‌ ଫାଶ ବିଛାଯାଇଥିଲା। ଏହି ଫାଶ ସଂସ୍ପର୍ଶରେ ଆସି ବାଘ ଦୁଇଟି ମରିଯାଇଥିଲେ। ମୃତ ବାଘଙ୍କୁ ଅଭିଯୁକ୍ତମାନେ ପାଖରେ ଥିବା ନାଳରେ ପକାଇ ଦେଇଥିଲେ। ଏହି ଘଟଣାରେ ଆଉ ପାଖାପାଖି ୮ ଜଣ ସଂପୃକ୍ତ ଥିବା ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe