ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ତେଲେଙ୍ଗାନା ପୁଲିସ ନିକଟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ରାଜ୍ୟ କମିଟି ସଦସ୍ୟ ବାଣ୍ଡି ପ୍ରକାଶ ଓରଫ ପ୍ରଭାତ....

Untitled-13

ମାଲକାନଗି: ତେଲେଙ୍ଗାନା ପୁଲିସ ନିକଟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ରାଜ୍ୟ କମିଟି ସଦସ୍ୟ ବାଣ୍ଡି ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ମାଓ ନେତା ପୁଲୁରି ପ୍ରସାଦର ଘର ତେଲେଙ୍ଗାନାରେ। ୪୫ ବର୍ଷ ଧରି ପୁଲୁରି ମାଓ ସଂଗଠନ ସହ ଜଡ଼ିତ ଥିଲେ। ୧୯୯୮ରେ ପୁଲୁରି କୁରସାଙ୍ଗି ମୁଥିବାଇ ଓରଫ ରାଧିକାକୁ ବିବାହ କରିଥିଲେ। ରାଧିକା ଡିଭିସିଏମ୍‌ ସଦସ୍ୟ ଥିଲେ। ୨୦୧୩ରେ ରାଧିକା ପୋଲାଭରମ ଅଂଚଳରେ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ୨୦୧୫ରେ ଜେଲରୁ ମୁକୁଳି ଘରେ ଅଛନ୍ତି ରାଧିକା। 

୧୯୮୦ରେ ନକ୍ସଲ ନେତା କିଷନ ଜୀଙ୍କ ସଂସ୍ପର୍ଶରେ ଆସି ପୁଲୁରି ମାଓ ସଂଗଠନରେ ‌ଯୋଗ ଦେଇଥିଲେ। ପରେ ମାଲ୍ଲା ରାଜା ରେଡ୍ଡୀଙ୍କ ସହ କାମ କରି ଦଣ୍ଡକାରଣ୍ୟ ଅଂଚଳର ଦାୟିତ୍ବ ନେଇଥିଲେ। ୧୯୮୦ରେ ବିଜାପୁର ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିଲେ। ଜାମିନରେ ଫେରି ପୁଣି ମାଓ ସଂଗଠନରେ ଯୋଗ ଦେଇଥିଲେ। ୨୦୦୬ରେ ରାଜ୍ୟ କମିଟି ସଦସ୍ୟ ହେବା ପରେ ୨୦୦୮ରେ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ପଦୋନ୍ନତି ମିଳିଥିଲା। ପୁଲୁରି ପ୍ରସାଦ ୧୭ ବର୍ଷ ଧରି କେନ୍ଦ୍ରୀୟ କମିଟିର ସଦସ୍ୟ ଭାବେ କାମ କରୁଥିଲେ। ସେହିପରି ବାଣ୍ଡି ପ୍ରକାଶ (୫୫) ମଧ୍ୟ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡ଼ିତ ଥିଲେ। ପ୍ରକାଶ ମଧ୍ୟ ମାଓ ନେତ୍ରୀ ହେମଦୁର୍ଗାଙ୍କୁ ବିବାହ କରିଥିଲେ। ଦୁଇ ମାଓ ନେତାଙ୍କ ନାମରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ରହିଛି। ୪ଟି ରାଜ୍ୟରେ ଏମାନେ ମୋଷ୍ଟ ଵାଣ୍ଟେଡ ଥିଲେ। ଦୁଇ ମାଓ ନେତାଙ୍କ ଆତ୍ମସମର୍ପଣ ମାଓ ସଂଗଠନକୁ ଦୋହଲାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe