ପୁଲିସକୁ ଆକ୍ରମଣ ଅଭିଯୋଗ; ଦୁଇ ଟ୍ରକ୍ ମାଲିକ ଗିରଫ

Advertisment

ବେଆଇନ ଗିରଫ ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା; ରାସ୍ତାରୋକ

ବେଆଇନ ଗିରଫ ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା; ରାସ୍ତାରୋକ

ପୁଲିସକୁ ଆକ୍ରମଣ ଅଭିଯୋଗ; ଦୁଇ ଟ୍ରକ୍ ମାଲିକ ଗିରଫ

ଜଗତସିଂହପୁର : ପାରାଦୀପ ଲକ୍ ଥାନା ପୁଲିସକୁ ଆକ୍ରମଣ ଅଭିଯୋଗରେ ଟ୍ରକ ମାଲିକ ସଂଘର ଦୁଇ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହ ଟ୍ରକ ମାଲିକମାନେ ଥାନାରେ ଧାରଣା ଦେଇଛନ୍ତି। ରାସ୍ତାରେ ଟ୍ରକ ରଖି ରାସ୍ତା ଅବରୋଧ କରିଛନ୍ତି। ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ପାରାଦୀପ ଟ୍ରକ୍ ମାଲିକ ସଂଘ ଉପସଭାପତି ପ୍ରଦୀପ୍ତ ଗାହାଣ ଓ ସଂଘର ସଦସ୍ୟ ପ୍ରମୋଦ ପ୍ରତିହାରୀ।

ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଥାନା ନିକଟରେ ଏଏସଆଇ ଅଶୋକ କୁମାର ମହାନ୍ତି ଡ୍ୟୁଟି କରୁଥିବା ବେଳେ ତାଙ୍କ ନିକଟରେ ପ୍ରମୋଦ ଓ ପ୍ରଦୀପ ପହଞ୍ଚିଥିଲେ। ରାସ୍ତାରେ ଟ୍ରକ୍ ଗୁଡିକ ଧାଡ଼ି ଭାଙ୍ଗି ଯାଉଥିବା ବେଳେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହଁ ବୋଲି ସେମାନେ ପଚାରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେମାନେ ଏଏସଆଇ ଅଶୋକଙ୍କ କଲର ଧରି ଟାଣି ଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ପ୍ରଦୀପ୍ତ ଓ ପ୍ରମୋଦଙ୍କୁ କାବୁ କରି ନେଇ ଥାନାରେ ଅଟକ ରଖିଥିଲେ। ପ୍ରମୋଦଙ୍କଠାରୁ ପୁଲିସ ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରିଥିଲା।

ଶନିବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ବେଳେ ଟ୍ରକ ମାଲିକମ‌ାନେ ତାହାର ପ୍ରତିବାଦ କରିଥିଲେ। ଶତାଧିକ ଟ୍ରକ୍ ମାଲିକ ପାରାଦୀପ ଲକ୍ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଦୁଇ ଜଣଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଟ୍ରକ୍ ମାଲିକ ସଂଘର ଅନ୍ୟ ସଦସ୍ୟମାନେ ଅଭିଯୋଗ କରିଥିଲେ। ଏମିତିକି ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିବା ପାଇଁ ଦିଆଯିବ ନାହିଁ ବୋଲି ସେମାନେ ଜିଦ୍ ଧରିଥିଲେ। ମାତ୍ର ପୁଲିସ ଧାରଣାରେ ବସିଥିବା ଟ୍ରକ୍ ମାଲିକଙ୍କୁ ଉଠାଇ ଭ୍ୟାନରେ ବସାଇ ପ୍ରଦୀପ୍ତ ଓ ପ୍ରମୋଦଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାକୁ ନେଇ ଶନିବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପାରାଦୀପ୍ ଲକ୍ ଥାନା ଇନସପେକ୍ଟର ଭାବଗ୍ରାହୀ ରାଉତଙ୍କ ସୂଚନା ମୁତାବକ, ଜାତୀୟ ରାଜପଥରେ ଧାଡ଼ି ଭାଙ୍ଗି ଯାଉଥିବା ଟ୍ରକ୍ ଗୁଡ଼ିକ ଉପରେ ନଜର ରଖିବା ପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏଭଳି ଘଟଣାକୁ ନେଇ ଗତକାଲି ରାତିରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପଟେ ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଅଭିଯୋଗ ଅନୁଯାୟୀ ପ୍ରତିଦିନ ନିର୍ଦ୍ଦିଷ୍ଟ କିଛି ଟ୍ରକ୍ ମାଲିକ ଦଲାଲ ମାଧ୍ୟମରେ ପୁଲିସକୁ ହାତ କରି ଧାଡ଼ି ଭାଙ୍ଗି ଟ୍ରକ ଗୁଡିକୁ ଆଗକୁ ପଠାଉଥିବାରୁ ପ୍ରତିଦିନ ରାସ୍ତା ଜାମ ହେଉଛି। ପୁଲିସକୁ ଏହି ଘଟଣା ସଂପର୍କ‌ରେ ଉକ୍ତ ଦୁଇ ଟ୍ରକ ମାଲିକ ଗତକାଲି କହିବାରୁ ଏଭଳି ଅନ୍ୟାୟ ଭାବେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ଜାତୀୟ ରାଜପଥରେ ବନ୍ଦର ମଧ୍ୟକୁ ଆସୁଥିବା ଟ୍ରକ୍ ଗୁଡ଼ିକ ଯୋଗୁଁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଦିନ ରାତି ଏହି ଟ୍ରକ୍ ଗୁଡ଼ିକ ଜାତୀୟ ରାଜପଥରେ ଅଟକି ରହୁଥିବା ବେଳେ ଭୂତୁମୁଣ୍ଡାଇରୁ ପାରାଦୀପ ଯାଏ ସାଂଘାତିକ ସୃଷ୍ଟି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe