ଛତିଶଗଡ଼ରୁ ଆସୁଥିବା ୨ ଧାନ ବୋଝେଇ ଟ୍ରକ୍‌ ଜବତ

Advertisment
ଛତିଶଗଡ଼ରୁ ଆସୁଥିବା ୨ ଧାନ ବୋଝେଇ ଟ୍ରକ୍‌ ଜବତ

ବରପାଲି: ବରପାଲି ବ୍ଲକ ଅନ୍ତର୍ଗତ ବନ୍‌ପାଲି ଛକ ଠାରେ ଛତିଶଗଡ଼ରୁ ଆସୁଥିବା ୨ଟି ଧାନ ବୋଝେଇ ଟ୍ରକ୍‌କୁ ପ୍ରଶାସନିକ ଅଧିକାରୀମାନେ ଜବତ କରି ଥାନାରେ ଜିମା ଦେଇଛନ୍ତି। କିଛିଦିନ ତଳେ ବାହାର ରାଜ୍ୟରୁ ଆସୁଥିବା ଧାନ୍‌ ପ୍ରତି ନଜର ରଖିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମାତ୍ର କେଇ ଦିନ ପରେ ଏହି ଘଟଣା ଘଟିଛି।

ଛତିଶଗଡ଼ରୁ ଧାନ ବୋଝେଇ ଆସୁଥିବା ଓଡି୧୭ଜି ୩୭୦୧ ଟ୍ରକ୍‌ରେ ୪୧୨ ପେକେଟ ଧାନ (୧୩୯.୮୦କ୍ବିଣ୍ଟାଲ), ଓଡି୧୭ଇ ୦୭୦୧ ଟ୍ରକ୍‌ରେ ୪୦୩ ବସ୍ତା ଧାନ (୧୦୧.୯୦ କ୍ବିଣ୍ଟାଲ) ରହିଥିଲା। ଯୋଗାଣ ଅଧିକାରୀ ସଂଜୟ ପଧାନ, ରଞ୍ଜନ ନାୟକ, ଅଜୟ କେର୍‌କେଟା, ଅଶୋକ ସାହୁ, ବରୁଣ ଦଳାଇ ଚଢ଼ଉରେ ସାମିଲ ଥିଲେ। ଟ୍ରକ୍‌ ଡ୍ରାଇଭର୍‌ ବିଟୁ ସାହୁ ଓ କୁଳମଣି ପଧାନଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚୁରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe