ବାଟବଣା ଦୁଇ ଦନ୍ତା: ଚିନ୍ତାରେ ଅଞ୍ଚଳବାସୀ

ଦୁଇ ଜଙ୍ଗଲୀ ଦନ୍ତାହାତୀ ବାଟ ବଣା ହୋଇ ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଘୁରି ବୁଲି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିବାରେ ଲାଗିଛନ୍ତି। ଦୁଇ ଦନ୍ତା ଜଙ୍ଗଲ ଛାଡି ସହର ମୁହାଁ ହେଉଥିବା ଦୃଶ୍ୟ ବି ଦେଖୁବାକୁ ମିଳିଛି...

Two tusked elephants roaming: Locals worried

Two tusked elephants roaming: Locals worried Photograph: (sambad.in)

ଘୁ.ଉଦୟଗିରି: ଦୁଇ ଜଙ୍ଗଲୀ ଦନ୍ତାହାତୀ ବାଟ ବଣା ହୋଇ ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଘୁରି ବୁଲି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିବାରେ ଲାଗିଛନ୍ତି। ଦୁଇ ଦନ୍ତା ଜଙ୍ଗଲ ଛାଡି ସହର ମୁହାଁ ହେଉଥିବା ଦୃଶ୍ୟ ବି ଦେଖୁବାକୁ ମିଳିଛି।

ଗତ ଚାରିଦିନ ତଳେ ସ୍ଥାନୀୟ ଦୁଇ ଦନ୍ତା ସହରର ଏକ ନଂ ୱାର୍ଡର ପଦାସାହି କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡକ ଉପରକୁ ଆସିବା ସହ ବିଲମାଳ ଭିତରେ ପଶି ଜଙ୍ଗଲକୁ ଚାଲି ଯାଇଥିଲେ। ହାତୀଙ୍କ ପାଇଁ ସାରା ରାତି ଅନ୍ଧାରରେ ରହିଥିଲା ସାରା ଅଞ୍ଚଳ। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ ହୋଇଥିଲା।

ସେହିଭଳି ଦୁଇଦିନ ତଳେ ସହରର ୪ନଂ ୱାର୍ଡ ସ୍ଥିତ ଶ୍ରୀରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ ପଛପଟ ଥିବା ଏକ କଦଳୀ ବାଡ଼ିରେ ପଶି ଦୁଇ ଦନ୍ତା କଦଳୀ ବଗିଚା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଗତକାଲି ନନ୍ଦଗିରି ନିକଟରେ କଦଳୀ ବଗିଚାରେ ପଶି କଦଳୀ ବଗିଚା ନଷ୍ଟ କରିଥିଲେ।  

କଳିଙ୍ଗା ପଞ୍ଚାୟତର ସୁଜେଲି (ସୁରାଦେଇ ମାଜିର୍ ମାହା ) ଗ୍ରାମରେ ଗତକାଲି ପୁଣି ଥରେ ଦୁଇ ଦନ୍ତା ପଶି ପ୍ରେମାନନ୍ଦ ସାହୁଙ୍କ ଘର ଭାଙ୍ଗିବା ସହିତ ଅଦା ହଳଦୀ ଫସଲ ନଷ୍ଟ କରି ଗଛିତ ଧାନ ଖାଇ ନଷ୍ଟ କରିଛନ୍ତି।  ଘରେ ଥିବା ଲୁଗାପଟା ଚିରି ବଗିଚାରେ ଥିବା ଆମ୍ବ, ପଣସ ଓ କଦଳୀ ଗଛଗୁଡ଼ିକୁ ଭାଙ୍ଗି ନଷ୍ଟ କରିଛନ୍ତି। ଏହିଭଳି  ଦୁଇ ଦନ୍ତାଙ୍କ ଆତଙ୍କ ବୃଦ୍ଧି ପାଇବା ଯୋଗୁ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି।

ଅଧିକ ପଢ଼ନ୍ତୁ: ଗରିବ, ଅସହାୟଙ୍କୁ ସହାୟତା ଦେବା ଆମ ସରକାରଙ୍କ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ସଞ୍ଜ ନଇଁଲେ ହାତୀ ଭୟ। ହାତୀ ପାଇଁ ସମସ୍ତେ ଚିନ୍ତାରେ। ନା ରାତି ଶୋଇ ହେଉଛି ନା ନିଜ ଜମିରେ ଲାଗିଥିବା ସୁନାର ଫସଲକୁ ସୁରକ୍ଷା ଦେଇ ହେଉଛି। ଦୁଇ ବାଟବଣା ଦନ୍ତାଙ୍କ କବଳରୁ କେମିତି ରକ୍ଷା ପାଇବେ କ’ଣ କରିବେ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି। 

ଅନ୍ୟପକ୍ଷରେ ବନବିଭାଗ ପକ୍ଷରୁ ଦୁଇ ଦନ୍ତା କିଭଳି ନିଜ ଜଙ୍ଗଲକୁ ଫେରିବେ ତା ପାଇଁ ଚେଷ୍ଟା ଚଳେଇଥିଲେ ମଧ୍ୟ ଦନ୍ତା ସ୍ଥାନୀୟ ଅଞ୍ଚଳର ଆମ୍ବ,ପଣସ ଏବଂ କଦଳୀ ଲୋଭରେ ପଡି ଜଙ୍ଗଲକୁ ଫେରିବାର ନାଁ ଧରୁ ନଥିବା ଯୋଗୁ ବନବିଭାଗ ମଧ୍ୟ ଚିନ୍ତାରେ ପଡିଯାଇଛି। ହାତୀଙ୍କ ପାଇଁ ବନବିଭାଗ ରାତିରେ ଶୋଇ ପାରୁନାହାନ୍ତି । 

ଅଧିକ ପଢ଼ନ୍ତୁ: ଏକସଙ୍ଗେ ଆସୁଛି ଦୁଇ ଲଘୁଚାପ

Kandhamal | G. Udayagiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe