ସମ୍ବଲପୁର ସିଟି ରେଳ ଷ୍ଟେସନ ଓ ସର୍ଲା ଷ୍ଟେସନ ମଧ୍ୟବର୍ତ୍ତୀ ସର୍ଲା ଓଭରବ୍ରିଜ ଉପରେ ୨ ୱାଗନ ଓ ଗୋଟିଏ ଗାର୍ଡ ବଗି ଲାଇନ୍‌ଚ୍ୟୁତ

Advertisment
ସମ୍ବଲପୁର ସିଟି ରେଳ ଷ୍ଟେସନ ଓ ସର୍ଲା ଷ୍ଟେସନ ମଧ୍ୟବର୍ତ୍ତୀ ସର୍ଲା ଓଭରବ୍ରିଜ ଉପରେ ୨ ୱାଗନ ଓ ଗୋଟିଏ ଗାର୍ଡ ବଗି ଲାଇନ୍‌ଚ୍ୟୁତ

ସମ୍ବଲପୁର : ସମ୍ବଲପୁର ସିଟି ରେଳ ଷ୍ଟେସନ ଓ ସର୍ଲା ଷ୍ଟେସନ ମଧ୍ୟବର୍ତ୍ତୀ ସର୍ଲା ଓଭରବ୍ରିଜ ଉପରେ ଶନିବାର ଦିନ ୧୧ଟା ୨୦ଟା ସମୟରେ ଏକ କୋଇଲା ବୋଝେଇ ଟ୍ରେନ୍‌ର ଶେଷ ୨ ୱାଗନ ଓ ଗୋଟିଏ ଗାର୍ଡ ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ରେଳବାଇର ଏଟିଆର୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ମାଲଗାଡ଼ିର କ୍ଷତିଗ୍ରସ୍ତ ୱାଗନ୍‌ଗୁଡ଼ିକୁ ଛାଡ଼ି ଇଞ୍ଜିନ୍‌ ସମେତ ଅନ୍ୟ ୫୭ଟି ୱାଗନ୍‌କୁ ସର୍ଲା ଷ୍ଟେସନକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିଲେ ହେଁ ୬୪ଟି ସିମେଣ୍ଟ ସ୍ଲିପର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଡିଆର୍‌ଏମ୍‌ ପ୍ରଦୀପ କୁମାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ପରେ ଡିଆର୍‌ଏମ୍‌ ଶ୍ରୀ କୁମାରଙ୍କ ନିର୍ଦେଶରେ ଜେଏଜି ସ୍ତରୀୟ ୪ ଜଣିଆ ତଦନ୍ତକାରୀ କମିଟି ଗଠନ କରାଯାଇ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ‌ହୋଇଛି। ତଦନ୍ତ ପରେ ୱାଗନ୍‌ ଲାଇନ୍‌ଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଇଷ୍ଟ କୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନ ପକ୍ଷରୁ କୁହାଯାଇଛି।

publive-image

ସୂଚନା ମୁତାବକ, ତାଳଚେରରୁ ବିଳାସପୁରକୁ କୋଇଲା ନେଇ ଯାଉଥିବା ୫୯ ୱାଗନ୍‌ ବିଶିଷ୍ଟ ମାଲଗାଡ଼ିଟି ସର୍ଲା ଓଭରବ୍ରିଜ ଉପରେ ହଠାତ୍‌ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ ଏକାଥରକେ ଲାଇନ୍‌ର ୬୪ଟି ସ୍ଲିପର୍‌ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ପରେ ଝାରସୁଗୁଡ଼ାରୁ ସମ୍ବଲପୁର ସିଟି ଷ୍ଟେସନ ଦେଇ ଚଳାଚଳ କରୁଥିବା ରାଜଧାନୀ ଟ୍ରେନ୍‌ ଓ ମାଲଗାଡ଼ି ଗୁଡ଼ିକର ଗତିପଥରେ ପରିବର୍ତ୍ତନ କରାଯାଇଥିଲା। ତେବେ ଏଟିଆର୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦିନ ‌୧ଟା ୦୫ ମିନିଟରେ ପୁନରୁଦ୍ଧାର କାର୍ଯ୍ୟ ‌ଶେଷ ହେବା ପରେ ସମ୍ବଲପୁର ପଟରୁ ଇଞ୍ଜିନ୍‌ ଆସି କ୍ଷତିଗ୍ରସ୍ତ ୱାଗନ୍‌ଗୁଡ଼ିକୁ ନେଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe