ବଲାଙ୍ଗୀର: ୨ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍‌

Advertisment
ବଲାଙ୍ଗୀର: ୨ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍‌

ବଲାଙ୍ଗୀର : ବଲାଙ୍ଗୀର ସହରରେ ହୁହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୁଇଟି ୱାର୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ କଣ୍ଟେନମେଣ୍ଟ ଅଂଚଳ ଭାବରେ କିଛି ଅଂଚଳକୁ ଘୋଷଣା କରି ବ୍ୟାରିକେଡ କରିଛି।

publive-image

ୱାର୍ଡ ନଂ-୨ ଶାନ୍ତିପଡ଼ା ଓ ୧୫ ନଂ ୱାର୍ଡ ମାଲପଡାର କିଛି ଅଂଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଦ୍ୱିତୀୟ ଲହର କରୋନାରେ ଏହା ପ୍ରଥମ କରି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ବାକି ସହରରେ ପ୍ରାୟ ୧୫ଟି ୱାର୍ଡରେ ଏବେ କରୋନା ସଂକ୍ରମିତ ଆକ୍ଟିଭ ରୋଗୀ ଅଛନ୍ତି। ଯେଉଁଠି ସଂଖ୍ୟା ବଢ଼ିବ ସେଠି ଆଗାମୀ ଦିନରେ ପୁଣି କଣ୍ଟେନମେଣ୍ଟ ଅଂଚଳ ଭାବରେ ଚିହ୍ନଟ କରାଯାଇପାରେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe