ଶିକ୍ଷକଙ୍କୁ ଧମକ ଦେଇ ବଟି ଆଦାୟ ଅଭିଯୋଗ: ଦୁଇ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ଗିରଫ

Advertisment
ଶିକ୍ଷକଙ୍କୁ ଧମକ ଦେଇ ବଟି ଆଦାୟ ଅଭିଯୋଗ: ଦୁଇ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ଗିରଫ

ନବରଙ୍ଗପୁର : ଜଣେ ଶିକ୍ଷକଙ୍କୁ ଧମକ ଦେଇ ବଟି ଆଦାୟ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୁଲିସ ୩ ଜଣ ୱେବ୍ ଚ୍ୟାନେଲ୍‌ ସାମ୍ବାଦିକ ନାମରେ ମାମଲା ରୁଜୁ କରିଥିଲାବେଳେ ୨ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ଦୁହେଁ ଜିତେନ୍ଦ୍ର କୁମାର ଦାସ ଓ ଶଙ୍କର ପ୍ରସାଦ ତୁରୁକ ବୋଲି ତଦନ୍ତକାରୀ ଅଧିକାରୀ ତଥା ଡିଏସ୍‌ପି ଦିନେଶ ନାୟକ ସୂଚନା ଦେଇଛନ୍ତି।

ଉମରକୋଟ ଥାନାରେ ନାୟକଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତ ନାୟକ ଏ ନେଇ ଥାନା‌ରେ ଏତଲା ଦେଇଥିଲେ। ଶ୍ରୀନାୟକଙ୍କ ଅଭିଯୋଗ ଅନୁସାରେ, ଏକ ଘଟଣାକୁ କେନ୍ଦକରି ୱେବ୍‌ଚାନେଲ୍‌ ସାମ୍ବାଦିକମାନେ ୫୦ ହଜାର ଟଙ୍କା ମାଗିଲେ। ଟଙ୍କା ନଦେଲେ ନ୍ୟୁଜ୍ କରିଦେବା ପାଇଁ ଧମକ ବି ଦେଇଥିଲେ। ଫଳରେ ଭୟଭୀତ ହୋଇ ପ୍ରଧାନଶିକ୍ଷକ ଶ୍ରୀ ନାୟକ ସାମ୍ବାଦିକ ଜିତେନ୍ଦ୍ର କୁମରା ଦାସଙ୍କ ଫୋନ୍ ପେ’ରେ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାସତ୍ତ୍ବେ ବକେୟା ଟଙ୍କା ନଦେବାରୁ ଗାଳିଗୁଲଜ କରିଥିଲେ ବୋଲି ପ୍ରଧାନଶିକ୍ଷକ ଶ୍ରୀ ନାୟକ ଏତଲାରେ ଦର୍ଶାଇଛନ୍ତି। ଆଜି ସ୍କୁଲ ପରିଚାଳନା କମିଟି ସହ ପ୍ରଧାନଶିକ୍ଷକ ଉମରକୋଟ ଥାନାକୁ ଆସି ଏତଲା‌ ଦେଇଥିଲେ। ଏହାପରେ, ୨ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe