ଅଜଣା ଗାଡ଼ି ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ: ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ

Advertisment
ଦୁର୍ଘଟଣାଜନିତ ମୃତ୍ୟୁ ସହାୟତାରେ ବି ପାତରଅନ୍ତର: ସଡ଼କ ଦୁର୍ଘଟଣାରେ ମଲେ ମିଳୁନି ସହାୟତା

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ-୫୭ରେ ଅଜଣା ଗାଡ଼ି ଧକ୍କାରେ  ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଲେକେ ଟାୟାର ଜାଳି ଜାତୀୟ ରାଜପଥ-୫୭ ଅବରୋଧ କରିଥିବାର ବି ସୂଚନା ରହିଛି। ଏହାଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

ସକାଳୁ ସକାଳୁ ଆସିଛି  ଏଭଳି ଏକ ଅଭାବନୀୟ ଖବର। ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ କପାସିଆ ଛକରେ ଘଟିଛି ଏହି ଦୁର୍ଘଟଣା, ଯେଉଁଥିରେ ୨ଜଣଙ୍କ ଜୀବନ ଚାଲିଯାଇଛି ।

ସୂଚନା ଅନୁସାରେ, ଦୁଇ ମହିଳା ଗାଧୋଇବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଖୋର୍ଦ୍ଧା ବୋଲଗଡ଼ ବ୍ଲକ କପାସିଆ ଛକରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ବୋଲଗଡ଼ ଥାନା ଏସପି ପହଞ୍ଚିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe