ଏନ୍‌କାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

ଛତିଶଗଡ଼ ପୁଲିସକୁ ପୁଣି ସଫଳତା: ଏନକାଉଣ୍ଟରରେ ନକ୍ସଲ ନିହତ

Image Courtesy of Hastagu Telegu

ଫୁଲବାଣୀ: ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ ଏନ୍‌କାଉଣ୍ଟର୍‌ରେ ୨ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଆଜି କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ କମ୍ବିଂ ଅପରେସନ ସମୟରେ ଏହି ଏନ୍‌କାଉଣ୍ଟର୍‌ କରାଯାଇଛି। ସୁରକ୍ଷାକର୍ମୀ ଗୋଛାପଡ଼ା-କଣ୍ଟାମାଳ ଥାନା ଅନ୍ତର୍ଗତ ମାଲାକେରି ସଂରକ୍ଷିତ ଜଙ୍ଗଲରେ ଥିବା ମାଓ କ୍ୟାମ୍ପ୍‌କୁ ଧ୍ବସ୍ତ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। ଶେଷଖବର ସୁଦ୍ଧା ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।

ଏବେ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବାରୁ ଏଠାରେ ସକ୍ରିୟ ଥିବା ମାଓବାଦୀ କିଛି ଅଘଟଣ ଘଟାଇବା ନେଇ ଆଶଙ୍କା ରହିଥିଲା। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ପୁଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିବା ବେଳେ ଏହିସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟ ସମୟରେ ସ୍ଥାନୀୟ ଅଞ୍ଚଳରେ ଭୀଷଣ ଶବ୍ଦ ଶୁଣାଯାଇଥିଲା। ଏହି ଗୁଳି ବିନିମୟ ଘଟଣାକୁ କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ ସ୍ବୀକାର କରିଛନ୍ତି। ଗୋଛାପଡ଼ା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପରେସନ୍‌ ଜାରି ରହିଥିବା ସେ କହିଛନ୍ତି। ମାତ୍ର, ଏହି ଘଟଣାରେ କେତେଜଣ ମାଓବାଦୀ ନିପାତ କିମ୍ବା ଆହତ ହୋଇଛନ୍ତି, ସୁରକ୍ଷା କର୍ମୀ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ଭାବେ କହିନାହାନ୍ତି। ଆସନ୍ତାକାଲି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଏସ୍‌ପି ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ କେକେବିଏନ୍‌ ମାଓ ସଂଗଠନ ସକ୍ରିୟ ରହିଛି। ବିଭିନ୍ନ ସମୟରେ ମାଓବାଦୀମାନେ ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୋଛାପଡ଼ା-କଣ୍ଟାମାଳ ଜଙ୍ଗଲ ଏବଂ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି। ଗତ ୨ ତାରିଖଠାରୁ ଆରମ୍ଭ ହୋଇଥିବା ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଥାନା ଓ ପୁଲିସ ପୋଷ୍ଟକୁ ହାଇଆଲର୍ଟରେ ରଖାଯାଇଛି । ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏସ୍‌ଓଜି, ଡିଭିଏଫ୍‌ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ବୋଲି କନ୍ଧମାଳ ଏସ୍‌.ପି ଶ୍ରୀ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe