୨ ମହିଳା ନକ୍ସଲର ଆତ୍ମସମର୍ପଣ; ଜଣକ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର

Advertisment
୨ ମହିଳା ନକ୍ସଲର ଆତ୍ମସମର୍ପଣ; ଜଣକ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି:  ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସୁନୀଲ ଶର୍ମାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ମିଲିଟାରି କମ୍ପାନି-୧ର ହାର୍ଡକୋର ମହିଳା କମାଣ୍ଡର କୋସି ଅରଫ ରନୀତା ଏବଂ କିଷ୍ଟରାମ ଏଲଓସି ସଦସ୍ୟା ମଡକମ ପୋଜେ।କୋସି ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସଂଗଠନରେ ଅତ୍ୟାଚାର, ମହିଳାଙ୍କ ପ୍ରତି ଅସଦାଚରଣ, ନିର୍ଯାତନା ଯୋଗୁଁ ଏମାନେ ସଂଗଠନ ଛାଡିଥିବା ପୁଲିସ ନିକଟରେ କହିଥିଲେ। କୌଣସି ଗୁଳିବିନିମୟ ହେଲେ ମହିଳାଙ୍କୁ ଆଗରେ ଛାଡି କ୍ୟାଡର ନକ୍ସଲମାନେ ଖସି ପଳାଇବାରେ ସକ୍ଷମ ହେଉଥିବା କହିଥିଲେ। ମାଓ ସଂଗଠନରେ ପୂର୍ବ ଭଳି କୌଣସି ଆଦର୍ଶ ଏବଂ ଲକ୍ଷ୍ୟ ନେଇ କାମ କରାଯାଉ ନାହିଁ।ନୀରିହ ଲୋକଙ୍କୁ ହତ୍ୟା କରିବା, ଆଦିବାସୀଙ୍କୁ ନିର୍ଯାତନା ଦେବା ଭଳି କାର୍ଯ୍ୟ କରାଯାଉଛି। ବିଶେଷକରି ମହିଳାମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଉଛି। ତେଣୁ ମହିଳା ନକ୍ସଲମାନେ ଏବେ ସଂଗଠନ ଛାଡି ନିଜର ବାକି ଜୀବନ ସୁଖରେ କଟାଇବାକୁ ଇଛା ପ୍ରକଟ କରୁଛନ୍ତି। ପ୍ରଶାସନ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe