ତାଳସାରି ମହୋତ୍ସବ: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼, ୨ ମହିଳା ଗିରଫ

Advertisment
ତାଳସାରି ମହୋତ୍ସବ: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼, ୨ ମହିଳା ଗିରଫ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରି ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ୨ଜଣ ମହିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ଅଣ୍ଡାମାଡ଼ କରିଛନ୍ତି। ଏହି ଅଭିଯୋଗରେ ପୁଲିସ ସଂପୃକ୍ତ ମହିଳାମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ମହୋତ୍ସବର ଉଦ୍‌ଘାଟନୀ ଭାଷଣ ପ୍ରଦାନ କରିବାର ୨ ମିନିଟ୍‌ ପରେ ବ୍ୟାରିକେଡ଼ ବାହାରେ ଥିବା ଭିଡ଼ ଭିତରୁ ୨ଜଣ ମହିଳା ୩ଟି ଅଣ୍ଡା ସଭାସ୍ଥଳ ଉପରକୁ ଫିଙ୍ଗି ଥିଲେ। ଅଣ୍ଡା ଗୁଡ଼ିକ ଯଦିଓ ନବୀନଙ୍କ ଦେହରେ ବାଜି ନ ଥିଲା, ତଥାପି ମଞ୍ଚ ଉପରେ ପଡ଼ିଥିଲା। ସେହି ସମୟରେ ମହିଳା ଦ୍ୱୟଙ୍କୁ ସୁରକ୍ଷାକର୍ମୀମାନେ କାବୁ କରିନେଇଥିଲେ। ବ୍ୟାପକ ପୁଲିସ ମୁତୟନ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଘଟଣାକୁ ନେଇ ପୁଲିସର ଚିନ୍ତା ବଢ଼ିଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଣ୍ଡାମାଡ଼ କରିଥିବା ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ଥାନୀୟ ବିଜେପି ନେତାଙ୍କ ପତ୍ନୀ। ମୁଖ୍ୟମନ୍ତ୍ରୀ ଏଠାକୁ ଆସିବାକୁ ପୂର୍ବରୁ ବିରୋଧ କରୁଥିବା ଅଭିଯୋଗରେ ଜଣେ ବିଜେପି ନେତା ସକାଳୁ ଅଟକ ଥିଲେ।

ସୂଚନାଯୋଗ୍ୟ ୭ମ ତାଳସାରି ମହୋତ୍ସବ ପାଇଁ ବ୍ୟାପକ ଆୟୋଜନ ହୋଇଛି। ଗତବର୍ଷ ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ୪ ଦିବସୀୟ ମହୋତ୍ସବରେ ସ୍ଥାନୀୟ ବିଧାୟକ  ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୋରାଇ ବିଧାୟକ ଆକାଶ ଦାସ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe