Sambad
କଟକ: ଏସ୍ସିବି ମେଡିକାଲ କଲେଜ ହୃଦ୍ରୋଗ ବିଭାଗରେ ଜଣେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ଦୁଷ୍କର୍ମର ଶିକାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଏମ୍ଇଟି ଏସ୍ସିବି ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ପରେ ତିନିଜଣିଆ କମିଟି ରିପୋର୍ଟ ଆଧାରରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସିନିଅର୍ ରେସିଡେଣ୍ଟ୍ ଡାକ୍ତର ତଥା ବିଭାଗରେ ଡିଏମ୍ କରୁଥିବା ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଅଞ୍ଚଳର ବାସିନ୍ଦା ଡାକ୍ତର ଦିଲବର୍ ସିଂହ ଠାକୁରକୁ ବହିଷ୍କାର ପାଇଁ ଚିଠି ଲେଖାଯାଇଛି ବୋଲି ଡିଏମ୍ଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ପୁଲିସ ରିପୋର୍ଟ ମିଳିବା ପରେ ଡାକ୍ତରୀ ଡିଗ୍ରି ସାର୍ଟିଫିକେଟ୍ ରଦ୍ଦ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
Follow Us